www.samajalive.in
Saturday, December 6, 2025
23.1 C
Bhubaneswar

୫ ଦିନ କମିବନି ତାତି

ଭୁବନେଶ୍ୱର : ଫଗୁଣରେ ବୈଶାଖର ତାତି। ରାଜ୍ୟର କେତେକ ସ୍ଥାନରେ କାଁ ଭାଁ ହାଲୁକା ବର୍ଷାକୁ ଛାଡ଼ି ଦେଲେ ସବୁ ଆଡ଼େ ଡହ ଡହ ଖରା। ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ମଧ୍ୟ ଏଥିରୁ ନିସ୍ତାର ମିଳିବନି। ଉଭୟ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା କୌଣସି ପରିବର୍ତ୍ତନ ହେବନାହିଁ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୋମବାର ମଧ୍ୟ ରାଜ୍ୟରେ ୧୧ ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରେକର୍ଡ଼ ହୋଇଛି। ନୟାଗଡ଼ରେ ସର୍ବାଧିକ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ପାରଳାଖେମୁଣ୍ଡି ଓ ମାଲକାନଗିରିରେ ୩୬.୬ ଡିଗ୍ରୀ , ଟିଟିଲାଗଡ଼ରେ ୩୬.୫ ଡିଗ୍ରୀ, ସୁବର୍ଣ୍ଣପୁରରେ ୩୬.୩ ଡିଗ୍ରୀ, ଭବାନୀପାଟଣାରେ ୩୬.୨ ଡିଗ୍ରୀ, ବଲାଙ୍ଗୀର ଓ ଢେଙ୍କାନାଳରେ ୩୬ ଡିଗ୍ରୀ , ବୌଦ୍ଧରେ ୩୫.୮, ଭୁବନେଶ୍ବର ଏବଂ ଅନୁଗୋଳରେ ୩୫.୭ ଡିଗ୍ରୀ  ଏବଂ କଟକରେ ୩୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ୫ ଓ ୬ ତାରିଖରେ ପାଗ ଶୁଖିଲା ରହିବ। ୭ ରୁ ୯ ତାରିଖ ଯାଏଁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଯାଜପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାପରେ ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ସୂଚନା ମିଳିଛି।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories