www.samajalive.in
Saturday, December 6, 2025
14.1 C
Bhubaneswar

ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର: ଆଜି(ମଙ୍ଗଳବାର) ଦିନିକିଆ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଅପରାହ୍ନରେ ଭୁବନେଶ୍ୱର ଆସି ସିଧା ଚଣ୍ଡୀଖୋଲ ଯିବେ । ୩ଟା ୧୫ରେ ଚଣ୍ଡୀଖୋଲରେ ପଂହଚିବା ପରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ।  ରାଜ୍ୟବାସୀଙ୍କୁ ୧୯ ହଜାର ୬୦୦ କୋଟି ଟଙ୍କାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ଭେଟି ଦେବେ​‌। ଏଥିସହ ସାଧାରଣ ସଭାରେ ସେ ଉଦବୋଦନ ଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ପାରାଦୀପ ରିଫାଇନାରିରେ ଭାରତୀୟ ତୈଳ ନିଗମ ଲିମିଟେଡ୍ ର ମନୋ ଏଥିଲିନ୍ ପ୍ରକଳ୍ପ କୁ ମୋଦି ଉଦଘାଟନ କରିବେ । ପାରାଦୀପରୁ ପଶ୍ଚିମବଙ୍ଗର ହଳିଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଲମ୍ବ ଉତ୍ପାଦ ପାଇପ୍ ଲାଇନ୍ ପ୍ରକଳ୍ପ ଏବଂ ପାରାଦୀପରେ ନିର୍ମିତ ୦.୬ ଏମଏମଟିପିଏ ଏଲପିଜି ଆମଦାନୀ ସୁବିଧାର ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏଥିସହ ୧୬୨ କିଲୋମିଟରର ବାଂଶପାଣି ଦୈତାରୀ ଟମକା ଯଖପୁରା ରେଳଲାଇନ୍ ଦୋହରିକରଣକୁ ଦେଶ ପାଇଁ ଉତ୍ସର୍ଗ କରିବେ । ପୁରୀ -ନୂଆଦିଲ୍ଲୀ ମଧ୍ୟରେ ନୂଆ ଟ୍ରେନ୍, କେନ୍ଦୁଝର ଗଡ ଷ୍ଟେସନ୍ ରୁ ଶୁଭାରମ୍ଭ ହେବା ସହ କେନ୍ଦ୍ରାପଡା ଜିଲ୍ଲା ଦେଇ ପ୍ରଥମ ଯାତ୍ରୀବାହୀ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଏସବୁ ଉନ୍ନୟନମୂଳକ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ସେପଟେ ଆଜିଠୁ ବହୁ ପ୍ରତୀକ୍ଷିତ ହରିଦାସପୁର ପାରାଦୀପ ରେଲୱେ ଟ୍ରାକରେ ଗଡିବ ପାସେଞ୍ଜର ଟ୍ରେନ୍। ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପ୍ରାରମ୍ଭିକ ଅବସ୍ଥାରେ ପାରାଦୀପରୁ କେନ୍ଦୁଝର ଯାଏଁ ଏକ ମେମୁ ଟ୍ରେନ୍ ଚଳାଚଳ କରିବ। ଏହା ହେଲେ କେନ୍ଦ୍ରାପଡା ଜିଲ୍ଲା ଦେଇ ଗଡିବ ପ୍ରଥମ ଯାତ୍ରୀବାହୀ ଟ୍ରେନ୍। ଦିନକ ତଳେ ଏହି ରୁଟ୍ ରେ ଟ୍ରାଏଲ ରନ୍ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories