www.samajalive.in
Saturday, December 6, 2025
26.1 C
Bhubaneswar

ଜନ୍ମ ଜୟନ୍ତୀରେ ଟଲ୍ ମ୍ୟାନ୍‌ଙ୍କୁ ଝୁରୁଛି ସାରା ଓଡିଶା

ଭୁବନେଶ୍ବର: ଆଜି(ମଙ୍ଗଳବାର)  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ । ଟଲ୍ ମ୍ୟାନ୍‌ଙ୍କୁ ମନେ ପକାଉଛି ସାରା ଓଡିଶା। ଆଜିର ଦିନକୁ ପଞ୍ଚାୟତିରାଜ ତଥା ଲୋକସେବା ଦିବସ ଭାବେ ପାଳନ କରାଯାଉଛି।  ଏହି ଅବସରରେ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଆଜି ଏକ ମାର୍ଗଦର୍ଶିକା ଉନ୍ମୋଚିତ ହେବ । ପଞ୍ଚାୟତିରାଜ ଦିବସରେ ୧୨ଟି ଗ୍ରାମ ପଞ୍ଚାୟତକୁ ଆଇଏସଓ ପ୍ରମାଣପତ୍ର ଆବଣ୍ଟନ କରିବା ପାଇଁ ଏଲଏମଏସ୍ ଓ ୟୁନିଭର୍ସାଲ ସାର୍ଟିଫିକେସନ ଏଜେନ୍ସି ସମ୍ମତି ଜଣାଇଛନ୍ତି । ସେହିପରି ଇ-ପଞ୍ଚାୟତ ସଭା ମୋବାଇଲ ଆପ୍ର ଲୋକାର୍ପଣ କରାଯିବ୧୯୧୬ ମସିହା ମାର୍ଚ୍ଚ ୫ ଅର୍ଥାତ୍ ଆଜିର ଦିନରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ । ୧୯୬୧ ମସିହାରୁ ୧୯୬୩ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ଏବଂ ପରେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ପୁଣି ମୁଖ୍ୟମନ୍ତ୍ରୀ ବନିଥିଲେ। କେନ୍ଦ୍ରରେ କୋଇଲା ମନ୍ତ୍ରୀ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି । ଜଣେ ନିର୍ଭିକ ପାଇଲଟ ଭାବେ ତାଙ୍କର ସୁଖ୍ୟାତି ଥିଲା। ଇଣ୍ଡୋନେସିଆ ତାଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରିଥିଲା । ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବାରେ ସେ ଥିଲେ ସୂତ୍ରଧର। ତେଣୁ ଆଜିର ଦିନକୁ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଏ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories