www.samajalive.in
Saturday, December 6, 2025
15.1 C
Bhubaneswar

୨ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ବର : ରାଜ୍ୟରେ ଖରାର ପ୍ରକୋପ ବଢ଼ିବାରେ ଲାଗିଛି। ଆସନ୍ତା ଦୁଇ ଦିନରେ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ଶନିବାର ମାଲକାନଗିରିରେ ପାରଦ ସର୍ବାଧିକ ୩୭ ଡିଗ୍ରୀ ରେକର୍ଡ଼ ହୋଇଥିଲା। ଏହାବ୍ୟତୀତ ରାଜଧାନୀ ସମେତ ୫ଟି ସ୍ଥାନରେ ପାରଦ ୩୬ ଡିଗ୍ରୀ ଉପରେ ରେକର୍ଡ଼ ହୋଇଛି। ଭୁବନେଶ୍ବର ଓ ପାରଳାଖେମୁଣ୍ଡିରେ ୩୬.୮ ଡିଗ୍ରୀ ଲେଖାଏଁ, ବଲାଙ୍ଗୀରରେ ୩୬.୭ ଡିଗ୍ରୀ, ନୟାଗଡ଼ ୩୬.୫ ଡିଗ୍ରୀ, ସୁବର୍ଣ୍ଣପୁର ୩୬.୨ ଡିଗ୍ରୀ ତାପମାତ୍ରା ରହିଛି। ଟିଟଲାଗଡ଼ ଓ ଭବାନୀ‌ପାଟଣାରେ ୩୬ ଡିଗ୍ରୀ ଲେଖାଏଁ ତାପମାତ୍ରା ରହିଥିବାବେଳେ ୫ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି। ଅନ୍ୟପକ୍ଷରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବରଗଡ଼, ସମ୍ବଲପୁର, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣ ବର୍ଷା କିମ୍ବା ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories