www.samajalive.in
Saturday, December 6, 2025
16.1 C
Bhubaneswar

ଆହୁରି ଦୁଇ ଦିନ ଉପକୂଳ ଓଡିଶାରେ ବର୍ଷିବ

ଭୁବନେଶ୍ବର : ବଙ୍ଗୋପସାଗରରୁ ଓଡ଼ିଶାକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରିବା, ଛତିଶଗଡ଼ରୁ ବିଦର୍ଭ ଓ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଦେଇ ତାମିଲନାଡ଼ୁ ପର୍ଯ୍ୟନ୍ତ ଯାଇଥିବା ନିମ୍ନଚାପରେଖା ସହିତ ପଶ୍ଚିମାବାୟୁ ପ୍ରଭାବରେ ବାୟୁମଣ୍ଡଳ ଉପରି ଭାଗରେ ନିମ୍ନଚାପରେଖା ରହିବା ଯୋଗୁଁ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମଧରଣର ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୯ ତାରିଖ ଯାଏଁ ଏପରି ପାଗ ଲାଗି ରହିବ। ରବିବାର ଦକ୍ଷିଣ ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଜିଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିଲା। ବାଣପୁରରେ ୧୦୫ ମି.ମି, ବେଲଗୁଣ୍ଠାରେ ୯୬.୬ ମି.ମି., ଚିଲିକା ୫୪ ମି.ମି., ବୁଗୁଡ଼ା ୪୮ ମି.ମି., ଭଞ୍ଜନଗର ୩୮ ମି.ମି., ଦାରିଙ୍ଗବାଡ଼ି ୨୦ ମି.ମି., ଧାନକୁଦ(ସମ୍ବଲପୁର) ୧୮.୨ ମି.ମି, ବଲାଙ୍ଗୀରରେ ୧୫ ମି.ମି. ଓ ଭୁବନେଶ୍ବରରେ ୯.୭ ମି.ମି. ବର୍ଷା ରେକର୍ଡ଼ ହୋଇଛି। ବର୍ଷା ପ୍ରଭାବରେ ରାଜ୍ୟରେ ଉଭୟ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। କୋରାପୁଟରେ ସବୁଠୁ କମ୍ ସର୍ବନିମ୍ନ ତାପମାତ୍ରା ୧୪.୪ ଡିଗ୍ରୀ ରେକର୍ଡ଼ ହୋଇଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories