www.samajalive.in
Saturday, December 6, 2025
14.1 C
Bhubaneswar

ମାଘରେ ଶୀତ ଉଭାନ: ୬ ତାରିଖରୁ ବର୍ଷା ସମ୍ଭାବନା

ଭୁବନେଶ୍ବର: ଫେବୃଆରୀ ପ୍ରଥମ ସପ୍ତାହରୁ ବଢିଲାଣି ତାତି। ମାଘ ମାସରେ ଶୀତ ଉଭାନ ହେଲାଣି। ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବା ସହିତ ଅନେକ ଅଞ୍ଚଳରେ ରାତି ତାପମାତ୍ରା ବୃଦ୍ଧି ପାଉଥିବାରୁ ରାତିରେ ଗରମ ଅନୁଭୂତ ହେଉଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ଭୁବନେଶ୍ବରରେ ଦିନ ତାପମାତ୍ରା ୩୧.୭ ଡିଗ୍ରୀ ଛୁଇଁଲାଣି। ଏହି ସମୟରେ ରାଜଧାନୀ ଦିନ ତାପମାତ୍ରା ସ୍ବାଭାବିକ ଭାବେ ୨୭ରୁ ୨୮ଡିଗ୍ରୀ ମଧ୍ୟରେ ରହିବା କଥା। ହେଲେ ୩ ଡିଗ୍ରୀରୁ ଅଧିକ ଦିନ ତାପମାତ୍ରା ବୃଦ୍ଧି ପାଇବା ଦ୍ବାରା ମାଘରେ ତାତି ଅନୁଭୂତ ହେଲାଣି। କେବଳ ଭୁବନେଶ୍ବର ନୁହେଁ ବରଂ ଝାରସୁଗୁଡାରେ ଦିନ ତାପମାତ୍ରା ୩୨.୫ ଡିଗ୍ରୀ ପହଞ୍ଚି ଥିବାବେଳେ ଚାନ୍ଦବାଲି ୩୧.୫, ଅନୁଗୋଳ ୩୧.୭, ଟିଟିଲାଗଡ ୩୨, ମାଲକାନଗିରି ୩୩, ପାରଳାଖେମୁଣ୍ଡି ୩୨.୬ ଏବଂ ରାୟଗଡାରେ ୩୨.୨ରେ ପହଞ୍ଚିଛି।
ଅନ୍ୟପଟେ ଜି.ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ ୮.୨ ଡିଗ୍ରୀ ଛୁଇଁଥିବା ବେଳେ କିରେଇରେ ୯.୪ ଏବଂ ସୁନ୍ଦରଗଡ ଓ ଫୁଲବାଣୀରେ ୧୧ ଡିଗ୍ରୀ ରେକର୍ଡ ହୋଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନର ସମ୍ଭାବନା ନାହିଁ। ରବିବାର ସକାଳେ ନୟାଗଡ, ପାରାଦ୍ବୀପ, ଅନୁଗୋଳ, ଗୋପାଳପୁର, କଟକ, ଢେଙ୍କାନାଳ, ଭୁବନେଶ୍ବର, ଚାନ୍ଦବାଲି, ପୁରୀ, ରାଉରକେଲା, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଭବାନୀପାଟଣାରେ କୁହୁଡି ଦୃଶ୍ୟମାନ ହୋଇଛି। ସୋମବାର ସକାଳେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୟାଗଡ, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜରେ ଘନ କୁହୁଡି ଦେଖିବାକୁ ମିଳିଛି।  ଯାହାଫଳରେ କି ଯାତାୟାତରେ ବହୁ ସମସ୍ୟା ଦେଖାଦେଇଛି।  ଅନ୍ୟପଟେ ୬ତାରିଖରୁ ଦୁଇଦିନ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ୬ରୁ ୮ତାରିଖ ମଧ୍ୟରେ ଉତ୍ତର ଏବଂ ପାର୍ଶ୍ୱବର୍ତ୍ତୀ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ହାଲୁକା ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories