କେମିତି କଟିବ ଆଜିର ଦିନ: ସୋମବାର ରାଶିଫଳ

ମେଷ: ଭକ୍ତି ଯୁକ୍ତ ଓ ଧାର୍ମିକ ପ୍ରବୃତ୍ତିର ହୋଇଥିବାରୁ ଓ ବିପଦ ଭଞ୍ଜନଙ୍କ ନାମ ଜପ ଯୋଗୁଁ ମହା ସଙ୍କଟରୁ ଉଦ୍ଧାର ପାଇ ପାରନ୍ତି। ବୁଦ୍ଧିମାନ୍‌ ହେବେ। ପରୋପକାରୀ ହେବେ। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତି ହେବେ।
ବୃଷ: ପତ୍ନୀ ଗୁଣଯୁକ୍ତା ଓ ପତିବ୍ରତା ହେବେ। ଶାନ୍ତ ଶିଷ୍ଟ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ଆଚାର ବ୍ୟବହାରରେ ମାର୍ଜିତ ହୋଇପାରନ୍ତି। ଦେବ-ବ୍ରାହ୍ମଣଙ୍କ ପ୍ରତି ଭକ୍ତିଭାବର ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।
ମିଥୁନ: କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବଜନିତ କାରଣରୁ ମନସ୍ତାପ କରିବେ। ଆର୍ଥିକ ଦୃଷ୍ଟିରୁ ଉପକୃତ ହେବେ।
କର୍କଟ: ପୁତ୍ରମାନେ ପ୍ରସିଦ୍ଧି ଲାଭକରି କୁଳ ଉଜ୍ଜ୍ବଳକାରୀ ହେବେ। କୀର୍ତ୍ତିମାନ୍‌ ହେବାର ସୂଚନା ମିଳୁଛି। ମହାନ୍‌ୁଭବ ହୋଇପାରନ୍ତି। ଧନସମ୍ପଦ ଭରପୂର ରହିବ। ଗୁରୁଜନଙ୍କଠାରେ ବିନୟାବନତ ହେବେ।
ସିଂହ:ଖୁବଶୀଘ୍ର ପଟ ପରିବର୍ତ୍ତନ କରି କୁମତିକୁ ପରିତେଜ୍ୟ ଓ ସୁମତିକୁ ସଙ୍ଗ କରିପାରନ୍ତି। କୃଷି କର୍ମରେ ପାରଦର୍ଶୀ ଓ କୃଷକଙ୍କ ଆଦର୍ଶ ହୋଇପାରନ୍ତି। ଜନସ୍ବାସ୍ଥ୍ୟ ରକ୍ଷା ପାଇଁ ପ୍ରଦୂଷିତ ପରିବେଶରୁ ମୁକ୍ତ ହେବେ।
କନ୍ୟା :ପତିପତ୍ନୀଙ୍କ ଜୀବନବ୍ୟାପୀ ସହାବସ୍ଥାନ ଶୁଭଙ୍କର ଓ ମଙ୍ଗଳମୟ ହେବ। ଉଭୟେ ମାନବଧର୍ମୀ ବ୍ରତ ଆଚରଣ କରି ଜନ ସମୁଦାୟର ଆଦର୍ଶବାଦୀ ହୋଇପାରନ୍ତି। ଗୁରୁ ଗୌରବକୁ ପ୍ରାଧାନ୍ୟ ଦେଇ ନତମସ୍ତକ ହେବେ।
ତୁଳା:ବ୍ୟବସାୟରୁ ପ୍ରଚୁର ଧନ ପ୍ରାପ୍ତିର ସୂଚନା ମିଳୁଛି। ପୁତ୍ରଠାରୁ ଆଶାତୀତ ଧନ ପ୍ରାପ୍ତି ଉପରେ କେହି ଅଙ୍କୁଶ ଲଗାଇ ପାରିବେ ନାହିଁ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି।
ବିଛା:ସଂଗ୍ରାମୀ ମନୋବୃତ୍ତିର ହୋଇ ସାରା ଜୀବନକୁ ସଂଘର୍ଷମୟ କରିପାରନ୍ତି। ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ ପରିପାରନ୍ତି। ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଉପୁଜିପାରେ।
ଧନୁ: ଅତୀତ ସ୍ମୃତି ରୋମନ୍ଥନ କରି ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗଁୁ କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ। କର୍ମଚଞ୍ଚଳ ରହିବେ।
ମକର: ପରିବାରରେ ଭୁଲ ବଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବା ଆଶଙ୍କା ରହିଛି। ଭ୍ରମଣ ସୁଯୋଗ ଲାଭ ହେବ। ଇଚ୍ଛା ବିରୋଧୀ ପରିସ୍ଥିତିର ସମ୍ମୁଖୀନ ହେବେ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
କୁମ୍ଭ: ନୀଚ ବ୍ୟକ୍ତିଦ୍ବାରା ପ୍ରବାହିତ ହୋଇ ଅପମାନିତ ହୋଇପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ଦ୍ବାରା ସାହାଯ୍ୟ ଲାଭକରି ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିପାରିବେ। ପରିବାରର ଆବଶ୍ୟକତା ପୂରଣ କରିପାରିବେ।
ମୀନ: ସମ୍ପର୍କୀୟମାନେ ଈର୍ଷା ପରାୟଣ ହୋଇପାରନ୍ତି। ସ୍ବାସ୍ଥ୍ୟ ହାନୀ ହେବାର ସୂଚନା ମିଳୁଛି। ମୂଲ୍ୟବାନ ଜିନିଷ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ତୀର୍ଥଯାତ୍ରୀଙ୍କ ସେବାରେ ଉନ୍ମୁଖ ହୋଇପାରନ୍ତି। ଜ୍ଞାନଯଜ୍ଞ କରିପାରନ୍ତି।

Comments are closed.