www.samajalive.in
Saturday, December 6, 2025
15.1 C
Bhubaneswar

ଆଗାମୀ ୭ଦିନ ଯାଏଁ ଶୁଖିଲା ରହିବ ପାଗ

ଭୁବନେଶ୍ବର: କିଛି ଦିନର ବର୍ଷା ପରେ ପାଣିପାଗରେ ପରିବର୍ତ୍ତନ ହୋଇଛି। ଆଗାମୀ ୭ ଦିନ ଯାଏଁ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ କରିଛି। ଉତ୍ତର ଓଡିଶାରେ ତାପମାତ୍ରା କମିବ । ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ ଭଳି ଜିଲ୍ଲାରେ ରାତିର ତାପମାତ୍ରା କମିବ । ସେପଟେ ନୟାଗଡ , ଗଞ୍ଜାମ , ଗଜପତି, କନ୍ଧମାଳ ଭଳି ଜିଲ୍ଲାରେ ଘନ କୁହୁଡିର ସମ୍ଭାବନା ରହିଛି। ଏସବୁ ଅଞ୍ଚଳରେ ଦୃଶ୍ୟମାନ ଦୂରତା ୨୦୦ରୁ ୫୦ ମିଟର ମଧ୍ୟରେ ସୀମିତ ରହିବାର ସମ୍ଭାବନା ରହିଛି। ଏଥିପାଇଁ ଯାତାୟାତରେ ବାଧା ଉପୁଜିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories