ମା’ଙ୍କ କୃପାରୁ ସମୟ ପୂର୍ବରୁ ପ୍ରକଳ୍ପ କାମ ସରିଛି-ନବୀନ

ଭୁବନେଶ୍ୱରୀ: ଶନିବାର ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମାଆ ସମଲେଶ୍ବରୀ ହେଉଛନ୍ତି ସାରା ଓଡିଶାର ଆରାଧ୍ୟ ଦେବୀ। ଭକ୍ତଙ୍କ ଆସ୍ଥା ଓ ପ୍ରାଣ କେନ୍ଦ୍ର ହେଉଛି ସମଲେଶ୍ବରୀ ମନ୍ଦିର। କୋଟି କୋଟି ଶ୍ରଦ୍ଧାଳୁଙ୍କର ଭାବ ମାଆଙ୍କର ଆସ୍ଥାନ ସହ ଯୋଡି ହୋଇଛି। ଲୋକଙ୍କ ସେହି ଭାବ ଓ ଆବେଗକୁ ସମ୍ମାନ ଜଣାଇ ମାଆଙ୍କ ମନ୍ଦିରର ରୂପାନ୍ତରଣ କରାଯାଇଛି।

ମାଆଙ୍କର ସବୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ସ୍ବପ୍ନର ପ୍ରକଳ୍ପ ହେଉଛି ସମଲେଇ ପ୍ରକଳ୍ପ। ମାଆଙ୍କର ଆଶୀର୍ବାଦରେ ଏହି ପ୍ରକଳ୍ପ ସାକାର ହୋଇଛି। ସେହିପରି ମା’ଙ୍କ କୃପାରୁ ରେକର୍ଡ ସମୟ ଭିତରେ ପ୍ରକଳ୍ପ କାମ ସରିଛି । ଏହି ପ୍ରକଳ୍ପ ଓଡ଼ିଶାର ପର୍ଯ୍ୟଟନ ଓ ଅର୍ଥନୀତିକୁ ଆଗକୁ ନେବ । ନବୀନ କହିଛନ୍ତି, କୋଭିଡ ଯୋଗୁ ବହୁତ ଅସୁବିଧା ସତ୍ତ୍ବେ ରେକର୍ଡ ସମୟରେ ମାଆଙ୍କ କୃପାରୁ ପ୍ରକଳ୍ପ ରୂପାନ୍ତରିତ ହୋଇଛି। ସମଲେଇ ପୀଠ ରୂପାନ୍ତରଣ ୪ଟି ଲକ୍ଷ୍ୟ ରହିଛି। ପ୍ରକଳ୍ପରେ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି।

 

Comments are closed.