www.samajalive.in
Saturday, December 6, 2025
14.1 C
Bhubaneswar

୨୩ ଯାଏଁ କାଳବୈଶାଖୀ: ୧୧ ଜିଲ୍ଲାକୁ ଚେତାବନୀ

ଭୁବନେଶ୍ବର : ଭୀଷଣ ଗ୍ରୀଷ୍ମଲହରୀ ବା ହିଟୱେଭ୍ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଇଛି। ଓଡ଼ିଶାର ପଶ୍ଚିମଭାଗ ସମେତ ସାରା ରାଜ୍ୟ ଖରା ଓ ଗୁଳୁଗୁଳିରେ ଛଟପଟ ହେଉଥିବାବେଳେ କାଳବୈଶାଖ ପ୍ରଭାବରେ ଆଜିଠାରୁ ୨୩ ତାରିଖ ଯାଏ ଏଥିରୁ ଆଶ୍ବସ୍ତି ମିଳିପାରେ। ୨୦ ତାରିଖ ସକାଳ ଯାଏ ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଏବଂ ମୟୂରଭଞ୍ଜ ଜିଲାକୁ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ରହିଛି। ଆଜି ୧୧ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ କୁଆପଥର ବୃ‌ଷ୍ଟି ହେବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏହିସବୁ ଜିଲାର ଜିଲାପାଳଙ୍କୁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ ଆୟୁକ୍ତ ନିର୍ଦେଶ ଦେଇଛନ୍ତି। ଆଜି ଏବଂ ଆସନ୍ତାକାଲି ପାଇଁ ଭଦ୍ରକ, ଝାରସୁଗୁଡ଼ା, କେନ୍ଦୁଝରଗଡ଼, ମୟୂରଭଞ୍ଜ, ବାଲେଶ୍ବର ଏବଂ ସୁନ୍ଦରଗଡ଼ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ କୁଆପଥର ମାଡ଼ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ଝଟକା ପବନର ବେଗ ୪୦-୫୦ କିମି ରହିପାରେ। ସେହିପରି ସମ୍ବଲପୁର, ଦେବଗଡ଼, ବୌଦ୍ଧ, ଅନୁଗୋଳ ଓ ଯାଜପୁର ଜିଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ରହିଛି। ପବନର ବେଗ ୩୦-୪୦ କିମି ରହିବ। ୨୧ ରୁ ୨୨ ତାରିଖ ଯାଏଁ ୨୧ ଜିଲାକୁ କାଳବୈଶାଖୀ ପ୍ରଭାବ ନେଇ ସତର୍କତା ଜାରି ହୋଇଛି। ମୟୂରଭଞ୍ଜ, କେନ୍ଦୁଝରଗଡ଼, ବାଲେଶ୍ବର, ଭଦ୍ରକ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି। ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା ଏବଂ ସୁବର୍ଣ୍ଣପୁର ଜିଲାକୁ ୟେଲୋ ୱାର୍ଣ୍ଣିଂ ରହିଛି। ୨୧ ତାରିଖରେ ଭଦ୍ରକ ଓ ବାଲେଶ୍ବର ଉପକୂଳରେ ୩୫-୪୫ ବେଗରେ ପବନ ବହିପାରେ ଏବଂ ସ୍ଥଳବିଶେଷରେ ଏହା ୫୫ କି.ମି ଛୁଇଁଁପାରେ।
ଝଡ଼ବର୍ଷା ଓ ବିଜୁଳି ଘଡ଼ଘଡ଼ି ଯୋଗୁଁ ବାଲେଶ୍ବର, ଭଦ୍ରକ, କେନ୍ଦୁଝରଗଡ଼, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ଝାରସୁଗୁୁଡ଼ା, ସମ୍ବଲପୁର, ଅନୁଗୋଳ ଓ ଢେଙ୍କାନାଳ ପ୍ରଭୃତି ୧୦ ଜିଲା ପ୍ରଭାବିତ ହୋଇପାରେ। ଏହି ସମୟରେ ଲୋକମାନେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ଯୋଗୁଁ ଚାଷବାସ କ୍ଷତିଗ୍ରସ୍ତ ହୋଇପାରେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories