www.samajalive.in
Saturday, December 6, 2025
19.1 C
Bhubaneswar

ଆସୁଛି ଲଘୁଚାପ ; ବର୍ଷା ପାଇଁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର : ଆସୁଛି ଲଘୁଚାପ। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖିଛନ୍ତି । ବର୍ଷା ପାଇଁ ପ୍ରଶାସନିକ ସ୍ତରରେ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସି ଚିଠିରେ ଉଲ୍ଲେଖ କରିଛନ୍ତି। ପରିସ୍ଥିତି ଉପରେ ନଜର ରଖିବାକୁ ଏସଆରସି କହିଛନ୍ତି। ରାଜ୍ୟରେ ବର୍ଷା ସତର୍କତା ନେଇ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ସହ ଆଜି ସୃଷ୍ଟି ହେବାକୁ ଥିବା ଲଘୁଚାପ ନେଇ ସତର୍କ କରାଇଛନ୍ତି । ବଜ୍ରପାତ ଅଘଟଣ ଏଡାଇବାକୁ ଲୋକଙ୍କୁ ସଚେତନ କରିବାକୁ କହିବା ସହ କ୍ଷୟକ୍ଷତି ବାବଦରେ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷା ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ବର୍ଷା ଓ ବଜ୍ରପାତ ସମୟରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ।


ସୂଚନାନୁଯାୟୀ,ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ମଙ୍ଗଳବାର ସୁଦ୍ଧା ଅଧିକ ଘନୀଭୂତ ହେବ। ମଙ୍ଗଳବାର ଏହା ଲଘୁଚାପରେ ପରିଣତ ହେବ। ଏହା ପ୍ରଭାବରେ ଦୁଇଦିନ ଧରି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ୨୮ ତାରିଖରୁ ଉପକୂଳ ଓଡ଼ିଶା ବିଶେଷକରି ଦକ୍ଷିଣ ଭାଗରେ ବର୍ଷା ପରିମାଣ ବୃଦ୍ଧି ପାଇବ। ଏହି ସମୟରେ ପବନର ବେଗ ୪୫ କି.ମି ମଧ୍ୟରେ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆଉ ମାତ୍ର ୪ ଦିନ; ସୂର୍ଯ୍ୟ-ବୁଧ ଏକାଠି ପରେ ହେବ ମହା ଶକ୍ତିଶାଳୀ ଯୋଗ, ଏହି ରାଶି ହଠାତ୍‌ ହେବେ ଧନୀ, ଚାକିରି ଚିନ୍ତା ଦୂର ହେବ, ମିଳିବ ଜବରଦସ୍ତ ଲାଭ..

- Advertisement -

ଦେଖନ୍ତୁ ଭିଡିଓ ; ଚଳନ୍ତା ବାଇକ୍‌ରେ ସ୍ୱାମୀଙ୍କୁ ଚପଲରେ ପିଟିଲେ ସ୍ତ୍ରୀ..

ପୁଣି ବଢିଲା ସୁନା; ଜାଣନ୍ତୁ କେତେ ଅଛି ଦାମ୍‌, ପୁଣି ଟପିବ କି ଲକ୍ଷେ ଟଙ୍କା

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories