www.samajalive.in
Saturday, December 6, 2025
19.1 C
Bhubaneswar

ପାକିସ୍ତାନକୁ ପୁଣି ଟାର୍ଗେଟ କଲେ, ଏବେତ ବେଶି କିଛି କରିନୁ…

ସମାଜ ଡିଜିଟାଲ ଡେସ୍କ: ପୁଣି ପାକିସ୍ତାନ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୁଜରାଟ ଗସ୍ତରେ ଥିବା ମୋଦୀ ଗାନ୍ଧୀନଗର ଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ୧୯୬୦ ମସିହା ସିନ୍ଧୁ ଜଳ ଚୁକ୍ତିନାମାର ବିସ୍ତୁତ ବିବରଣୀ ରଖି ସୂକ୍ଷ୍ମ ଭାବରେ ସୂଚାଇ ଦେଇଛନ୍ତି ଯେ ଭାରତ ଏବେ ପୁରୁଣା ଚୁକ୍ତିନାମାରୁ ବାହାରି ଆସିବାକୁ ପ୍ରସ୍ତୁତ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୯୬୦ ମସିହାରେ ସ୍ୱାକ୍ଷରିତ ସିନ୍ଧୁ ଜଳ ଚୁକ୍ତିନାମାର ବିବରଣୀକୁ ଯଦି ଦେଖିବା ତେବେ ଆଶ୍ଚର୍ଯ୍ୟ ହୋଇଯିବେ । ଏପରିକି ଜମ୍ମୁ ଏବଂ କାଶ୍ମୀରରେ ନିର୍ମିତ ନଦୀବନ୍ଧଗୁଡିକୁ ସଫା କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା । ୬୦ବର୍ଷ ଧରି ନଦୀବନ୍ଧର ଗେଟ୍‍ ଖୋଲାଯାଇନଥିଲା । ଏପର୍ଯ୍ୟନ୍ତ ମୁଁ ବେଶି କିଛି କରିନାହିଁ, କେବଳ ଚୁକ୍ତିକୁ ସ୍ଥଗିତ ରଖାଯାଇଛି । ଏହି କାରଣରୁ ସେମାନଙ୍କର ଚିନ୍ତା ବଢିଯାଇଛି । ଆମେ କେବଳ ବନ୍ଧର ଗେଟ୍‍ ଖୋଲି ଅଳିଆ ସଫା କରୁଛୁ, ଏତିକିରେ କିନ୍ତୁ ସେଠାରେ ବନ୍ୟା ହୋଇଛି ।

ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ମୋଦୀ କହିଛନ୍ତି ମାତୃଭୂମି ପ୍ରତି ଅପାର ପ୍ରେମ ଦେଖିବାକୁ ମିଳୁଛି । ଭାରତ ବୀର ଯୋଦ୍ଧାମାନଙ୍କ ଭୂମି ଅଟେ । ଆତଙ୍କବାଦର କଣ୍ଟାକୁ କାଢିକି ହିଁ ରହିବୁ । ପାକିସ୍ତାନକୁ ଜଣା ଯୁଦ୍ଧରେ ସେ ଜିତି ପାରିବ ନାହିଁ । ଆମେ କାହା ସହିତ ଶତ୍ରୁତା କରିବାକୁ ଚାହୁଁନୁ ଆମେ ଦେଶର ବିକାଶ ଓ ପ୍ରଗତି ଚାହୁଛୁ । ଆମେ ବିପଦ ବେଳେ ଅନ୍ୟକୁ ସାହାଯ୍ୟ କରୁ । ପ୍ରତିଟି ଆକ୍ରମଣର ସଠିକ୍‍ ଜବାବ ମିଳିବ, ଇଟାର ଜବାବ ପଥରରେ ଦେବୁ ବୋଲି ମୋଦୀ ସିଧାସିଧା ଟାର୍ଗେଟ କରିଛନ୍ତି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories