ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଅନେକ ଭିଡିଓ ଆଶ୍ଚର୍ଯ୍ୟ ଚକିତ କରିବା ସହ ହୋସ୍ ଉଡାଇ ଦେଇଥାଏ । କିଛି ଭିଡିଓ ସହଜରେ ବିଶ୍ୱାସ କରି ହୁଏ ନାହିଁ । ଦମ୍ପତିଙ୍କ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ନିକଟରେ ଭାଇରାଲ୍ ହେଉଥିବା ଏକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।
ଭିଡିଓରେ ଦେଖିପାରିବେ, ଜଣେ ମହିଳା ଚଳନ୍ତା ବାଇକ୍ରେ ନିଜ ସ୍ୱାମୀଙ୍କୁ ଚପଲରେ ନିର୍ଧୂମ ମାଡ ମାରୁଛନ୍ତି । ଏକ୍ସରେ ଏହି ଭିଡିଓ ଶେୟାର ହୋଇଥିବା ବେଳେ ଏହି ଘଟଣା ଉତ୍ତରପ୍ରଦେଶର ଲଖନଉର ବୋଲି ଜଣାପଡିଛି । ବାଇକ୍ରେ ଜଣେ ଯୁବକ ତାଙ୍କ ପତ୍ନୀଙ୍କୁ ନେଇ ରାସ୍ତାରେ ଯାଉଥିବା ଦେଖାଯାଉଛି ।
Kalesh b/w Husband and wife on running bike, Wife started beating her husband over some mutual dispute In Lucknow UP pic.twitter.com/7Nay1x9tgi
— Ghar Ke Kalesh (@gharkekalesh) May 20, 2025
ପଛରେ ବସି ମହିଳା ଜଣକ ହଠାତ୍ ନିଜ ଚପଲ କାଢି ତାଙ୍କୁ ମାରିବାକୁ ଆରମ୍ଭ କରୁଛନ୍ତି । ଯୁବକ ଜଣକ କୌଣସି କ୍ରୋଧ ନକରି ଶାନ୍ତ ଭାବରେ ଗାଡି ଚଲାଉଥିବା ଦେଖିପାରିବେ । ମହିଳା ଚପଲରେ ବାରମ୍ବାର ତାଙ୍କୁ ମାଡ ମାରୁଛନ୍ତି । ଭିଡିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ସହ ସଡକ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି । କେଉଁ କାରଣରୁ ମହିଳା ଜଣକ ଏପରି କରିଛନ୍ତି, ତାହା ଅସ୍ପଷ୍ଟ ରହିଛି । ଉଭୟ ହେଲ୍ମେଟ୍ ମଧ୍ୟ ପିନ୍ଧିନଥିବା ଦେଖାଯାଇଛି । ଭିଡିଓ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖି ସାରିଲେଣି । ଅନେକ ମଜଳିଆ କମେଣ୍ଟ ମଧ୍ୟ ଦେଇ ଲେଖିଛନ୍ତି, ଭାଇ ହେଲମେଟ୍ ପିନ୍ଧିଥିଲେ ଭଲ ହୋଇଥାନ୍ତା । କେହି କହିଛନ୍ତି, କ’ଣ ଦେଖିବାକୁ ପଡୁଛି । ଜଣେ ଲେଖିଛନ୍ତି ମୁଁ ୧୯୭୦ରେ ଜନ୍ମ ହୋଇଥିଲେ ଭଲ ହୋଇଥାନ୍ତା।
https://samajalive.in/surya-budha-yuti-zodiac-sign/660686.html
ପୁଣି ବଢିଲା ସୁନା; ଜାଣନ୍ତୁ କେତେ ଅଛି ଦାମ୍, ପୁଣି ଟପିବ କି ଲକ୍ଷେ ଟଙ୍କା



