ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ; ୨୬ରୁ ବର୍ଷିବ..
ଭୁବନେଶ୍ୱର : ମିଳିବ ଆଶ୍ୱସ୍ତି। ୨୬ରୁ ବଢିବ ବର୍ଷା। ଜୁନ୍ ୨୬ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ଏନେଇ ସୋମବାର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ହେବା ସହ ୨୬ରୁ ୨୮ ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳ ବର୍ଷିବ। ଉପକୂଳ, ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ଘଡଘଡ ସହ ବର୍ଷା ହେବାର ସମ୍ଭାବନା ରହିଛି।
ଏହାସହ ୬ ଜିଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ୨୪ ଜିଲାରେ ନିଅଣ୍ଟିଆ ବର୍ଷା ହୋଇଛି। ସୋମବାର ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ତୁଳନାରେ ୪୧% କମ୍ ବର୍ଷା ହୋଇଛି।
Comments are closed.