ଭୁବନେଶ୍ୱର : ଅସହ୍ୟ ଖରା ସହ ତାତିରେ ଛଟପଟ ରାଜ୍ୟବାସୀ। ଆହୁରି ୨୪ ଘଣ୍ଟା ହିଟ୍ ୱେଭ ରହିବ। ହିଟ୍ ୱେଭ ପାଇଁ ୧୬ ଜିଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ୮ ଜିଲାକୁ ସିଭିଅର ହିଟ୍ ୱେଭ୍ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏହି ୮ ଜିଲା ମଧ୍ୟରେ ଅନୁଗୁଳ, ମୟୁରଭଞ୍ଜ, ସମ୍ବଲପୁର, ବୌଦ୍ଧ, ନୟାଗଡ, କଟକ, କେନ୍ଦଝର, ବଲାଙ୍ଗୀର ରହିଛି। ୧୬ ଜିଲା ମଧ୍ୟରେ କେନ୍ଦ୍ରାପଡା, ଜଗତସିଂହପୁର, ଢେଙ୍କାନାଳ, ଯାଜପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି, ଝାରସୁଗୁଡା, ବରଗଡ, ସୋନପୁର, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ଗଞ୍ଜାମ, ଗଜପତି, ବାଲେଶ୍ୱରକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ସକାଳୁ ନିଆଁ ବର୍ଷା: ସାଢେ ୮ରେ ୩୫ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ



