ଆସୁଛି କାଳବୈଶାଖୀ ; ତାତିରୁ ମିଳିବ ମୁକ୍ତି ! କମିବ ତାପମାତ୍ରା..

ଭୁବନେଶ୍ୱର : ରାଜ୍ୟରେ ଗତ କିଛି ଦିନ ହେବ ଦିନ ତାପମାତ୍ରା ବୃଦ୍ଧି ପାଇବା ସହ ପ୍ରଚଣ୍ଡ ଖରା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ସକାଳୁ ସକାଳୁ ତାପମାତ୍ରା ୩୦ ଡିଗ୍ରୀ ପାର୍ ହେଉଛି। ତେବେ ଏହା ମଧ୍ୟରେ ପାଣିପାଗ ବିଭାଗ ଆଶ୍ୱସ୍ତି ଖବର ଆଣିଛି। କାଳବୈଶାଖୀ ଜନିତ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୨୧ ଓ ୨୨ ତାରିଖରେ କାଳବୈଶାଖୀ ପ୍ରଭାବ ହେତୁ ୨୧ ଠାରୁ ୨୪ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ଫଳରେ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ନିସ୍ତାର ମିଳିବ। ମାତ୍ର ପୁଣି ୨୫ ତାରିଖ ଠାରୁ ତାପମାତ୍ରାରେ ବୃଦ୍ଧି ହେବାର ସମ୍ଭାବନା ରହିଛି।

prayash

ଚମକି ପଡିବେ ; ଜାଣନ୍ତୁ କେଉଁଠି ମିଳୁଛି ସୁନା-ଚାନ୍ଦିର ଗୁପଚୁପ, ଦେଖନ୍ତୁ ଭିଡିଓ..

Comments are closed.