www.samajalive.in
Monday, December 15, 2025
24.1 C
Bhubaneswar

୧୫ ଜିଲାକୁ ବଜ୍ରପାତ ସତର୍କତା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ‌ହୋଇଛି । କଟକ, ଭୁବନେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ବୌଦ୍ଧ, ଗଞ୍ଜାମ ଏବଂ କନ୍ଧମାଳ ସମେତ ବିଭିନ୍ନ ସ୍ଥାନରେ ଶନିବାର ବଜ୍ରପାତ ସହ ବର୍ଷା ହୋଇଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ବାୟୁମଣ୍ଡଳରେ ଉପସ୍ଥିତ ଆର୍ଦ୍ରତା ଏବଂ ତାପମାତ୍ରା ବୃଦ୍ଧି ଯୋଗୁଁ ଉପକୂଳ ଓଡ଼ିଶା ସମେତ ବିଭିନ୍ନ ଅଞ୍ଚଳରେ ଗୁଳୁଗୁଳି ବଢ଼ିଛି।

ନିଷ୍କ୍ରିୟ ମୌସୁମୀ ପ୍ରଭାବରେ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଜଳୀୟବାଷ୍ପ ଆସିବା ଯୋଗୁଁ ବଜ୍ରପାତ ସୃଷ୍ଟି ହେଉଛି। ଭୁବନେଶ୍ବରରେ ବଜ୍ରପାତ ସହିତ ବର୍ଷା ହୋଇଥିବା ବେଳେ ଅପରାହ୍ଣରେ କଟକରେ ମଧ୍ୟମ ଧରଣ ବର୍ଷା ହୋଇଥିବା ଜଣାପଡିଛି। ଶନିବାର ଭଦ୍ରକରେ ସର୍ବାଧିକ ୭୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଯାଜପୁର ୪୨ ମିମି, ଭୁବନେଶ୍ବର ୩୨.୩ ମିମି, ବାଲେଶ୍ବର ୧୭.୬ ମିମି ବର୍ଷା ହୋଇଛି। କଟକ, ପୁରୀ, ଝାରସୁଗୁଡା, ସମ୍ବଲପୁର, ନୟାଗଡ, ପାରଳାଖେମୁଣ୍ଡି ଏବଂ ଢେଙ୍କାନାଳରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ନେଇ ହଳଦିଆ ସତର୍କତା ଜାରି କରାଯାଇଛି।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories