www.samajalive.in
Sunday, December 7, 2025
23.1 C
Bhubaneswar

ଭୋଗରାଇରେ ସର୍ବାଧିକ ୨୨୬ମିମି ବର୍ଷା ରେକର୍ଡ

ଭୁବନେଶ୍ୱର: ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।  ଗତ ୨୪ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ବାଲେଶ୍ୱରର ଭୋଗରାଇରେ ସର୍ବାଧିକ ୨୨୬ମିମି ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।  ରାଜ୍ୟର ୨ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ, ୨୭ଟି ସ୍ଥାନରେ ଅତି ପ୍ରବଳ ଓ ୪୯ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ଭୋଗରାଇରେ ସର୍ବାଧିକ ୨୨୬ମିମି ବର୍ଷା ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆରେ ୨୧୧.୦ ମିମି, ମୟୂରଭଞ୍ଜର ନୱାନାରେ ୧୯୬.୪ ମିମି, କନ୍ଧମାଳ ଜିଲ୍ଲାର ଟିକାବାଲିରେ ୧୯୬.୦ ମିମି, ଚକାପଡ଼ରେ ୧୯୦.୦ମିମି ବର୍ଷା ହୋଇଛି ।

ସେହିପରି ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା କହିଛି ପାଣିପାଗ କେନ୍ଦ୍ର ।  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ବି ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ । ଅନ୍ୟପଟେ ଦୀଘାରେ ସ୍ଥଳଭାଗ ଛୁଇଁବା ପରେ ଛତିଶଗଡ଼ ମୁହାଁ ହେଉଛି ଗଭୀର ଅବପାତ । ପ୍ରଭାବରେ ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କହାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଗତ ୨ରୁ ୩ଦିନର ବିରତି ପରେ ରାଜ୍ୟରେ ବର୍ଷା ଜାରି ରହିଥିବାରୁ ହୀରାକୁଦର ଜଳସ୍ତର କମିବାରେ ଲାଗିଛି । ବର୍ତ୍ତମାନ ୧୬ଟି ଗେଟ୍ ଦେଇ ବନ୍ୟାପାଣି ନିଷ୍କାସନ ହେଉଥିବା ବେଳେ ହୀରାକୁଦରେ ଜଳସ୍ତର ୬୨୦.୭୧ ଫୁଟ୍‌ ରହିଛି ।

- Advertisement -

ଡ୍ୟାମରୁ ୩ଲକ୍ଷ ୫୪ହଜାର ୬୦୪ କ୍ୟୁସେକ ପାଣି ନିଷ୍କାସିତ ହେଉଛି । ହୀରାକୁଦକୁ ୧ଲକ୍ଷ ୮୩ହଜାର ୩୮୧ ଘନଫୁଟ ଜଳ ପ୍ରବେଶ କରୁଛି । ଖାଲି ହୀରାକୁଦ ନୁହେଁ ସବୁଠି ବନ୍ୟାଜଳ ସ୍ତର ଖସୁଥିବା ଦେଖିବାକୁ ମିଳିଛି । ଖଇରମାଳରେ ୫ଲକ୍ଷ ୧୪ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି । ମୁଣ୍ଡୁଳିରେ ୮ଲକ୍ଷ ୫୭ହଜାର ୯୧୫କ୍ୟୁସେକ ପାଣି ପାସ୍‌ କରୁଥିବା ବେଳେ ବରମୂଳରେ ୭ଲକ୍ଷ ୪୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

Related Articles

Popular Categories