ମୌସୁମୀ ବର୍ଷାରେ ଭିଜୁଛି ଓଡ଼ିଶା; ଜାଣନ୍ତୁ କେଉଁଠି ହୋଇଛି ସର୍ବାଧିକ ବର୍ଷା ?
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ମୌସୁମୀ ଜନିତ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୌସୁମୀ ବାୟୁ ପ୍ରବାହ ଅତ୍ୟଧିକ ସକ୍ରିୟ ଯୋଗୁ ବର୍ତ୍ତମାନ ଯାଏଁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ୩ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ (>୨୦ ସେମି), ୧୬ଟି ସ୍ଥାନରେ (ଅତି ପ୍ରବଳ: ୧୧ ସେମିରୁ ୨୦ ସେମି) ଏବଂ ୩୦ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ସେଥିମଧ୍ୟରୁ ଗଜପତି ଜିଲ୍ଲାର ନୂଆଗଡରେ ସର୍ବାଧିକ ବର୍ଷା ହୋଇଥିବା ଜଣାପଡ଼ିଛି । ନୂଆଗଡ଼ରେ ୨୩୭ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଆର.ଉଦୟଗିରିରେ ୨୩୩.୪ ମିମି ବର୍ଷା ରେକର୍ଡ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ଅଞ୍ଚଳରେ ୨୧୦ ମିମି ବର୍ଷା ହୋଇଥଇବା ବେଳେ ଖୋର୍ଦ୍ଧାର ବାଣପୁରରେ ୨୦୦ ମିମି ବର୍ଷା ହୋଇଛି । ସେହିପରି ବଲାଙ୍ଗୀର ଜିଲ୍ଲା ସଇଁତଳାରେ ୧୯୫ ମିମି ବର୍ଷା ହୋଇଛି । ଫୁଲବାଣୀରେ ୧୮୩.୪ ମିମି, ପୁରୀରେ ୧୫୮.୫ ମିମି, ନୟାଗଡର ନୂଆଗାଁରେ ୧୫୫ ମିମି ଓ ଓଡଗାଁରେ ୧୫୨.୧ ମିମି ବର୍ଷା ହୋଇଥିବା ସୂଚନା ଦିଆଯାଇଛି ।
ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲାରେ ବୃଷ୍ଟିପାତକୁ ଦେଖିଲେ ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ ରେକର୍ଡ ହୋଇଥିବା ବର୍ଷା ଆଜି ସକାଳ ୮.୩୦ ସୁଦ୍ଧା ଚିଲିକାରେ ୨୧୩ ମିମି ବର୍ଷା ହୋଇଛି । ଟାଙ୍ଗିରେ ୨୧୦ ମିମି, ବାଣପୁରରେ ୨୦୦ ମିମି ବର୍ଷା ହୋଇଛି । ସେହିପରି ବୋଲାଗଡରେ ୭୭ ମିମି ବେଗୁନିଆରେ ୭୪ ମିମି, ବାଲିଅନ୍ତାରେ ୪୨ ମିମି, ବାଲିପାଟଣାରେ ୩୪.୮ ମିମି ଓ ଭୁବନେଶ୍ୱରରେ ୪୨.୯ ମିମି ବର୍ଷା ରେକର୍ଡ ହୋଇଛି ।
Comments are closed.