www.samajalive.in
Sunday, December 7, 2025
23.1 C
Bhubaneswar

ବର୍ଷା ବିତ୍ପାତ ; ମହାରାଷ୍ଟ୍ରରେ ୯୯ ମୃତ

ନୂଆଦିଲ୍ଲୀ : ଦେଶର ଅଧିକାଂଶ ସ୍ଥାନରେ ଲଗାତାର ବର୍ଷା ଜାରି ରହିଛି। ଫଳରେ ଅନେକ ସ୍ଥାନ ଜଳାର୍ଣ୍ଣବ ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଗୁଜରାଟର ଅନେକ ଅଞ୍ଚଳ ଭୀଷଣ ବନ୍ୟାର କବଳରେ ଆସିଛି। ଏଠାକାର ୮ଟି ଜିଲାରେ ବର୍ଷା ପାଇଁ ରେଡ୍‍ ଆଲର୍ଟ ଜାରି କରାଯାଇଛି। ମହାରାଷ୍ଟ୍ରରେ ବର୍ଷା କାରଣରୁ ସମସ୍ତ ନଦୀରେ ଜଳସ୍ତର ବଢିବାକୁ ଲାଗିଛି। ମୁମ୍ବଇ ଆଡକୁ ଯାଉଥିବା ଜାତୀୟ ରାଜପଥକୁ ବନ୍ଦ ରଖାଯାଇଛି।
ଗୁଜରାଟରେ ପ୍ରବଳ ବର୍ଷା ଓ ବନ୍ୟାକୁ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଲଗାତାର ନଜର ରଖିଛନ୍ତି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବାୟୁ ସେନା ପକ୍ଷରୁ ୨ଟି ହେଲିକପ୍ଟର, ଏନଡିଆରଏଫ ଟିମ୍‍ ଆଜି ସକାଳ ଠାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।  ମହାରାଷ୍ଟ୍ରର ପାଲଘର, ପୁଣେ ତଥା ସତାରାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ପାଣିପାଗ ବିଭାଗ ମୁମ୍ବଇ, ଠାଣେ, ରାୟଗଡ, ରତ୍ନଗିରି, ସିନ୍ଧୁଦୁର୍ଗ, ନାସିକ, କୋହ୍ଲାପୁର, ଅକୋଲା, ଅମରାବତୀ, ଭଣ୍ଡାରା, ବୁଲଦାଣା, ଅମରାବତୀ, ଚନ୍ଦ୍ରପୁର , ନାଗପୁର ଆଦି ସ୍ଥାନରେ ବର୍ଷା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ମହାରାଷ୍ଟ୍ରରେ ପ୍ରବଳ ବର୍ଷା କାରଣରୁ ବିଳମ୍ବିତ ରାତିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଜରୁରୀ କାଳୀନ ପରିସ୍ଥିତି ପାଇଁ ବର୍ଷା ଓ ବନ୍ୟା ପାଇଁ ଏଯାଏଁ ୯୯ ଜଣଙ୍କ ମୃତ୍ୟୁ ଘଟିଛି। ଲୋକଙ୍କୁ ସୁରକ୍ଷତି ଭାବେ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଟିମ୍‍ ୧୪ଟି ଟିମ୍‍ ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି। ଏଯାଏଁ ୭,୯୬୩ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇ ଦିଆଯାଇଛି।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories