www.samajalive.in
Sunday, December 7, 2025
18.1 C
Bhubaneswar

କ୍ବାର୍ଟର ଫାଇନାଲରେ ଭାରତ ; କାନାଡା ୧-୫ରେ ପରାସ୍ତ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ବିଶ୍ୱକପରେ ଭାରତ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ୫-୧ ଗୋଲ ବ୍ୟବଧାନରେ କାନାଡାକୁ ପରାସ୍ତ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ବିଜୟ ସହିତ ଭାରତ ସିଧାସଳଖ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲାରେ   ପ୍ରବେଶ କରିଛି। ଲଳିତ ଉପାଧ୍ୟାୟ ୨ଟି ଗୋଲ ସ୍କୋର କରିଥିବା ବେଳେ ଦଳରେ ସ୍ଥାନ ପାଇଥିବା ଓଡ଼ିଆ ଖେଳାଳୀ ଅମିତ ରୋହିଦାସ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି। ସେ ମଧ୍ୟ ଗୋଟିଏ ଗୋଲ ଦେଇଛନ୍ତି।

ଭାରତ ପକ୍ଷରୁ ଲଳିତ ଉପାଧ୍ୟାୟ (୪୭ ମିନିଟ୍ ଓ ୫୭ ମିନିଟ୍)ରେ ଗୋଲ୍ ସ୍କୋର କରିଥିଲେ। ଏହି ପରି ହରମନପ୍ରୀତ(୧୨ମ), ଚିଙ୍ଗଲସେନ(୪୬ମ) ଓ ଅମିତ୍ ରୋହିଦାସ୍(୫୧ମ) ରେ ଗୋଲ୍ ସ୍କୋର କରିଥିଲେ। l ତେବେ କାନାଡା ପକ୍ଷରୁ ଫ୍ଲୋରିସ୍ ଭାନ ସନ(୩୯ମ)ରେ ଏକ ମାତ୍ର ଗୋଲ୍ ଦେଇଥିଲେ।

- Advertisement -

ଅପରାହ୍ନରେ ପୁଲ୍‍-ସିର ଅନ୍ୟ ଏକ ମ୍ୟାଚରେ ବେଲ୍‍ଜିୟମ୍‍-ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରିଛି।

Hot this week

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

Related Articles

Popular Categories