www.samajalive.in
Saturday, December 6, 2025
16.1 C
Bhubaneswar

ପଶ୍ଚିମବଙ୍ଗ ଯାଉଥିବା ରେଳଯାତ୍ରୀଙ୍କ ପାଇଁ କରୋନା ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

କୋଭିଡ ୧୯ର ବ୍ୟାପକ ସଂକ୍ରମଣ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟରୁ ଯାଉଥିବା ଯାତ୍ରୀମାନଙ୍କ ପାଇଁ କରୋନା ଆରଟିପିସିଆର ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି। ଅନ୍ୟ ରାଜ୍ୟରୁ ପଶ୍ଚିମବଙ୍ଗର ଯେକୌଣସି ସ୍ଥାନକୁ ଯାଉଥିବା ଟ୍ରେନ୍ ଯାତ୍ରୀଙ୍କୁ ଏହି ନେଗେଟିଭ୍ ରିପୋର୍ଟ ଦେଖାଇବା ଆବଶ୍ୟକ। ଏହି ରିପୋର୍ଟ ମୂଳ ଷ୍ଟେସନରୁ ଟ୍ରେନ୍ ଛାଡିବାର ୭୨ ଘଣ୍ଟା ମଧ୍ୟରେ ପରୀକ୍ଷା କରାଯାଇଥିବା ଦରକାର।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ପଶ୍ଚିମବଙ୍ଗର ଯେକୌଣସି ସ୍ଥାନକୁ ଯାଉଥିବା ଟ୍ରେନ ଯାତ୍ରୀମାନଙ୍କୁ ଟ୍ରେନ ଚଢ଼ିବାର ୭୨ ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ଆର୍ଟିପିସିଆର ନେଗେଟିଭ୍ ରିପୋର୍ଟ ନେବାକୁ ଅନୁରୋଧ କରାଯାଇଛି। ଏହି ନେଗେଟିଭ୍ ରିପୋର୍ଟ ଟ୍ରେନ ଯାତ୍ରା ପୂର୍ବରୁ ଦର୍ଶାଇବାକୁ ପୂର୍ବତଟ ରେଳପଥ ଯାତ୍ରୀମାନଙ୍କୁ ଅନୁରୋଧ କରିଛି। ପୁରୀ, ଭୁବନେଶ୍ୱର ଏବଂ ସମ୍ବଲପୁରରୁ ପଶ୍ଚିମବଙ୍ଗ ପାଇଁ ଛାଡୁଥିବା ଟ୍ରେନ ୦୨୦୮୮ ପୁରୀ-ହାଓଡ଼ା ସ୍ପେଶାଲ, ୦୨୨୦୨ ପୁରୀ-ହାଓଡ଼ା ଦୁରନ୍ତ ସ୍ପେସିଆଲ, ୦୧୮୩୮ ପୁରୀ-ହାଓଡ଼ା ସ୍ପେଶାଲ, ୦୨୦୭୪ ଭୁବନେଶ୍ୱର-ହାଓଡ଼ା ସ୍ପେଶାଲ୍, ୦୮୩୦୬ ସମ୍ବଲପୁର-ହାଓଡ଼ା ସ୍ପେଶାଲ୍ ଯାତ୍ରୀମାନେ ଏହି ମହାମାରୀ ପରିସ୍ଥିତିରେ ଅସୁବିଧା ମୁକ୍ତ ଯାତ୍ରା ପାଇଁ ସେମାନଙ୍କ ସହିତ ନେଗେଟିଭ ରିପୋର୍ଟ ଆଣିବାକୁ କୁହାଯାଇଅଛି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories