କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଟିକାକରଣ 

ଯାଜପୁର : ମାନ୍ୟବର ମୁଖ୍ୟମନ୍ତ୍ରୀ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ ମାନ୍ୟତା ଦେବା ସହ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ଥିବା ପ୍ରତିନିଧିମାନଙ୍କୁ ଅଗ୍ରାଧିକାର ଭିିତ୍ତିରେ କୋଭିଡ ଟିକାକରଣ ପାଇଁ ନିର୍ଦ୍ଦେଶ ଦେଇଚ୍ଥନ୍ତି । ସେହ ଆଧାରରେ ଯାଜପୁର ଜିଲାର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଟିକାକରଣ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଯାଜପୁର ପୈାର ପରିଷଦ ସମ୍ମିଳନୀ ଗୃହରେ ଦଶରଥପୁର, ବିଂଝାରପୁର, ଯାଜପୁର, ବରୀ ବ୍ଳକ ଓ ଯାଜପୁର ପୈାରାଞ୍ଚଳର ଗଣମାଧ୍ୟମ ପ୍ରତିନିଧିଙ୍କର ଟିକାକରଣ କରାଯାଇଛି।

ସେହିପରି ଜାରକା ପ୍ରେସ୍ କ୍ଳବଠାରେ ବଡଚଣା, ଧର୍ମଶାଳା, ରସୁଲପୁର ବ୍ଳକର ଗଣମାଧ୍ୟମ ପ୍ରତିନିଧି ଓ କଳିଙ୍ଗ ନଗର ଉନ୍ନୟନ କର୍ତ୍ତୃପକ୍ଷ, ଯାଜପୁର ରୋଡଙ୍କ କାର୍ୟ୍ୟାଳୟଠାରେ ସୁକିନ୍ଦା, ଦାନଗଦୀ, କୋରେଇ ବ୍ଳକ ଓ ବ୍ୟାସନଗର ପୈାରାଞ୍ଚଳର ଗଣମାଧ୍ୟମ ପ୍ରତିନିଧିମାନଙ୍କର ଟିକାକରଣ କରାଯାଇଛି । ଜିଲାପାଳ ଚକ୍ରୱିର ସିଂହ ରାଠୋର, ଅତିରିକ୍ତ ଜିଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲାପାଳ, କଳିଙ୍ଗ ନଗର ସନ୍ତୋଷ କୁମାର ମିଶ୍ର, ସିଡିଏମ୍ଓ ଡା. ସୁଧାଂଶୁ ଶେଖର ବଳ, ଧର୍ମଶାଳା ବିଡିଓ ଅରବିନ୍ଦ ବେହେରା, ଧର୍ମଶାଳା ଭାରପ୍ରାପ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି, ଯାଜପୁର ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ବ୍ୟାସନଗର ପୈାର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା, ମେଡିକାଲ ଅଫିସର ଡା. ସୁଧିର କୁମାର ସାହୁ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମୁଖ ଟିକାକରଣ କେନ୍ଦ୍ରରେ ଉପସ୍ଥିତ ଥିଲେ । ମୋଟ ୨୩୧ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କର ଟିକାକରଣ କରାଯାଇଛି।

Comments are closed.