www.samajalive.in
Monday, December 15, 2025
26.1 C
Bhubaneswar

ୱାୟନାଡ ଭୂସ୍ଖଳନ ଘଟଣା: ସ୍ଵର୍ଗଦ୍ଵାରରେ ହେଲା ଡାକ୍ତର ବିଷ୍ଣୁପ୍ରସାଦଙ୍କର ଶେଷକୃତ୍ୟ

ଭୁବନେଶ୍ୱର/କୋଣାର୍କ/ଗୋପ : ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରାଙ୍କ ମୃତଦେହ ଓଡ଼ିଶାରେ ପହଞ୍ଚିଛି। କେରଳ ୱାୟନାଡଠାରେ ଘଟିଥିବା ଭୂସ୍ଖଳନରେ ତାଙ୍କର ମୃତ୍ୟୁ ହୋଇଥିଲା। ଶନିବାର ମୃତଦେହ ପହଞ୍ଚିବା ପରେ ତାଙ୍କୁ ଓଡ଼ିଶା ପରିବାର ପକ୍ଷରୁ ବାଣୀବିହାରଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହାପରେ ସେଠାରୁ ଚୌଦ୍ବାରସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ତାଙ୍କ ପରିବାର ଏବଂ ଶୁଭେଚ୍ଛୁ ଶେଷ ଦର୍ଶନ କରିବା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  ପୁରୀ ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।  ଅନ୍ୟପକ୍ଷରେ ଡାକ୍ତର ସ୍ବାଧୀନ ପଣ୍ଡା ଏବେବି ନିଖୋଜ ଥିବାବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସନ୍ଧାନ ଜାରି ରହିଛି। ଏହାସହିତ ସ୍ବୀକୃତି ମହାପାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। କେରଳ ଯାଇଥିବା ରାଜ୍ୟ ସରକାରଙ୍କ ଦୁଇ ପ୍ରତିନିଧି ଆଜି ଓଡ଼ିଶା ଫେରିବା ପରେ ଏଠାରୁ ଜଣେ ଓଏସ୍‌ଡି କେରଳ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଏପଟେ ମୃତ ଡାକ୍ତରଙ୍କୁ ଝୁରୁଛି ଜନ୍ମମାଟି ଗୋପର ପରାଳ ଗାଁ। ବନ୍ଧୁବାନ୍ଧବ ଓ ଆତ୍ମୀୟ ସ୍ୱଜନ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ମୃତ୍ୟୁ ଖବର ଆସିବା ପରଠାରୁ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories