www.samajalive.in
Friday, December 5, 2025
20.1 C
Bhubaneswar

ଅମର ପ୍ରତିଭା କିଶୋର କୁମାର : ଆଜି ୯୫ତମ ଜୟନ୍ତୀ

ନୂଆଦିଲ୍ଲୀ: ଭାରତୀୟ ସଙ୍ଗୀତ ଜଗତର ବିସ୍ମୟକର ପ୍ରତିଭା କିଶୋର କୁମାର( ୪ ଅଗଷ୍ଟ ୧୯୨୯-୧୩ ଅକ୍ଟୋବର ୧୯୮୭)। ତାଙ୍କ ନାମଟି ସମସ୍ତଙ୍କ ହୃଦୟରେ ଛାଇ ହୋଇ ରହିଥିବ ଚିରକାଳ। ଆଉ ତାଙ୍କ କଣ୍ଠରୁ ଝରିଯାଇଥିବା ମିଠା ମିଠା ଗୀତଗୁଡ଼ିକ ସଙ୍ଗୀତପ୍ରେମୀଙ୍କ ମନରେ ଛୁଟାଉଥିବ ଆନନ୍ଦର ବର୍ଷା। ରବିବାର ଅର୍ଥାତ୍ ଆଜି ପାଳିତ ହେବ ତାଙ୍କର ୯୫ତମ ଜୟନ୍ତୀ। ପ୍ରେମ, ବିଷାଦ, ହାସ୍ୟ ଓ ହାଲୁକାଫୁଲୁକା; ସବୁ ଭାବ ଥିବା ଗୀତ ଗାଇବାରେ ସେ ଥିଲେ ଅନନ୍ୟ ଏବଂ ଅସାଧାରଣ। ଶ୍ରେଷ୍ଠ ପୁରୁଷ କଣ୍ଠଶିଳ୍ପୀ ଭାବେ ସର୍ବାଧିକ ଥର(୮) ଫିଲ୍ମଫେୟାର ପୁରସ୍କାର ଲାଭ କରିବାର ରେକର୍ଡ ତାଙ୍କ ନାମରେ ରହିଛି। ମେରେ ସପନୋଁ କୀ ରାଣୀ କବ୍‌‌.., ରୂପ ତେରା ମସ୍ତାନା.., ତେରେ ବିନା ଜିନ୍ଦଗୀ ସେ କୋଇ ଶିକୱା.., ୟେ ରାତେଁ, ୟେ ମୌସମ ନଦୀ କା କିନାରା.., ପଲ ପଲ ଦିଲ କେ ପାସ ତୁମ ରହତୀ ହୋ.., ଓ ମେରେ ଦିଲ କୀ ଚେନ.., ମେରେ ନୈନା ସାୱନ ଭାଦୋଁ, ଦିଲ ଏସା କିସୀ ନେ ମେରା ତୋଡ଼ା.., ଓ ମାଁଝୀ ରେ, ଓ ମାଁଝୀ ରେ ଅପନା କିନାରା.., ମେରା ଜୀବନ କୋରା କାଗଜ.., ଭିଗୀ ଭିଗୀ ରାତୋଁ ମେଁ.., କୁଛ ତୋ ଲୋଗ କହେଙ୍ଗେ.., ଏକ ଅଜନବୀ ହସିନା ସେ.., ରୋତେ ହୁଏ ଆତେ ହେଁ ସବ..ଓ ମୁକଦ୍ଦର କା ସିକନ୍ଦର..,ଜିନ୍ଦଗୀ ଏକ ସଫର ହେ ସୁହାନା, ଓ ସାଥୀରେ ତେରେ ବିନା ଭୀ କ୍ୟା ଜିନା.., ରିମ-ଝିମ ଗିରେ ସାୱନ.., ଦେଖା ଏକ ଖ୍ୱାବ ତୋ ୟେ ସିଲସିଲେ.., ..କେ ପଗ ଘୁଙ୍ଗରୁ ବାନ୍ଧ.., ଓ ଖାଇକେ ପାନ ବନାରସ ୱାଲା.., ହମେଁ ତୁମ ସେ ପ୍ୟାର କିତନା.., ଆଦି ଅନେକ ସୁମଧୁର ଗୀତ ଝରିଯାଇଛି କିଶୋର କୁମାରଙ୍କ କଣ୍ଠରୁ। ସେତେବେଳର କେନ୍ଦ୍ରୀୟ ପ୍ରଦେଶ(ଏବେର ମଧ୍ୟ ପ୍ରଦେଶ)ର ଖଣ୍ଡୱାରେ ଜନ୍ମିତ କିଶୋର କୁମାରଙ୍କ ପିତୃଦତ୍ତ ନାମ ଥିଲା ଆଭାସ କୁମାର ଗାଙ୍ଗୁଲୀ। ବିଖ୍ୟାତ ଅଭିନେତା ଅଶୋକ କୁମାରଙ୍କ ସାନ ଭାଇ କିଶୋର ପ୍ରଥମେ ଅଭିନୟ ପ୍ରତି ମନ ବଳାଇଥିଲେ ହେଁ ପରେ ଜିଦ୍ଦି(୧୯୪୮)ଚଳଚ୍ଚିତ୍ରରେ କଣ୍ଠଦାନ କରି ସଙ୍ଗୀତ କ୍ୟାରିଅର ଆରମ୍ଭ କରିଥିଲେ। ଏସଡି ବର୍ମନ, ଆରଡି ବର୍ମନ, କଲ୍ୟାଣ ଜୀ ଆନନ୍ଦ ଜୀ, ଲକ୍ଷ୍ମୀକାନ୍ତ-ପ୍ୟାରେଲାଲଙ୍କ ସମେତ ସବୁ ଆଗ ଧାଡ଼ିର ସଙ୍ଗୀତ ନିଦେର୍ଶକଙ୍କ ସହ ସେ କାମ କରିଥିବାବେଳେ ଦେବ ଆନନ୍ଦ, ରାଜେଶ ଖାନ୍ନା ଓ ଅମିତାଭ ବଚ୍ଚନଙ୍କ ପାଇଁ ବେଶି ଗୀତ ଗାଇଛନ୍ତି। ୯୫ତମ ଜୟନ୍ତୀ ଅବସରରେ ସେହି ଅମର ପ୍ରତିଭାଙ୍କୁ ଆମର ଗଭୀର ଶ୍ରଦ୍ଧାଞ୍ଜଳି।

 

- Advertisement -

 

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories