www.samajalive.in
Sunday, November 16, 2025
15.1 C
Bhubaneswar

ଇସ୍ରାଏଲ ଉପରେ ଲେବାନନର ରକେଟ୍ ମାଡ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ଅସ୍ଥିରତା। ମୁହାଁମୁହିଁ ସ୍ଥିତିରେ ଇସ୍ରାଏଲ ଏବଂ ଲେବାନନ। ଇସ୍ରାଏଲ ଉପରେ ଘନ ଘନ ମିସାଇଲ ଏବଂ ରକେଟ୍ ମାଡ କଲା ଲେବାନନ୍। ପ୍ରାୟ ୫୦ଟି ରକେଟ୍ ଆକ୍ରମଣ ହୋଇଥିବା ସୂଚନା ମିଳିଛି।  ରକେଟ୍ ମାଡ ପରେ ଇସ୍ରାଏଲର ଆଇରନ୍ ହୋମ୍ ଡିଫେନ୍ସ ସିଷ୍ଟମ୍ ସକ୍ରିୟ ହୋଇଥିଲା। ମିସାଇଲକୁ ପ୍ରତିହତ କରିଥିଲା ଏୟାର ଡିାଫନ୍ସ ସିଷ୍ଟମ। ତେବେ ରକେଟ୍ ମାଡରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ସେପଟେ ଏହି ଘଟଣା ପରେ ନିଜ ଦେଶର ନାଗରିକଙ୍କୁ ଲେବାନନ ଛାଡିବା ପାଇଁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ର୍ୟ ଆଡଭାଇଜରୀ ଜାରି କରିଛନ୍ତି।  ବେରତରେ ହିଜବୁଲ୍ଲାହ କମାଣ୍ଡରଙ୍କୁ ଇସ୍ରାଏଲ ହତ୍ୟା କରିବା ପରେ ଟେନସନ୍ ବଢିଛି।  ହେଜବୋଲ୍ଲା ଆତଙ୍କବାଦୀମାନେ ଇସ୍ରାଏଲର ଗୁରୁତ୍ବପୂର୍ଣ୍ଣ ସହର ଉପରେ ଆକ୍ରମଣ କରିବେ ବୋଲି ଇରାନ ପକ୍ଷରୁ ଧମକ ଦିଆଯାଇଛି। ଅପରପକ୍ଷରେ ଲେବାନନରେ ଥିବା ହେଜବୋଲ୍ଲା ସଂଗଠନ ମଧ୍ୟ ଆକ୍ରମଣରେ ସାମିଲ ହେବାକୁ ପ୍ରସ୍ତୁତି ଚଳାଇଛି। ଫଳରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଘନେଇଥିବା ଜଣାପଡିଛି। କେବଳ ସାମରିକ ପ୍ରତିଷ୍ଠାନ ନୁହେଁ, ଇସ୍ରାଏଲର ଜନବସତି ଉପରେ ଆକ୍ରମଣ କରାଯିବ ବୋଲି ଇରାନ ଧମକ ଦେଇଛି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories