www.samajalive.in
Wednesday, November 19, 2025
26.1 C
Bhubaneswar

ବିଶ୍ବର ସବୁଠୁ ଲୋକପ୍ରିୟ ରାଜନେତା ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁନର୍ବାର ବିଶ୍ବର ସବୁଠାରୁ ଲୋକପ୍ରିୟ ରାଜନେତା ଭାବେ ବିବେଚିତ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ୟୁକେ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମରଙ୍କୁ ପଛରେ ପକାଇ ମୋଦୀ ଏହି କୃତିତ୍ବ ହାସଲ କରିଛନ୍ତି। ମର୍ଣ୍ଣିଂ କନ୍‌ସଲ୍ଟ ନାମକ ଏକ ଅନ୍ତର୍ଜାତୀୟ ସଂସ୍ଥା ତରଫରୁ ଜୁଲାଇ ୮ରୁ ୧୪ ମଧ୍ୟରେ ବିଶ୍ବର ସବୁଠାରୁ ଲୋକପ୍ରିୟ ରାଜନେତା ମନୋନୟନ ପାଇଁ ଏକ ସର୍ଭେ କରାଯାଇଥିଲା। ଏଥିରେ ବିଶ୍ବର ୨୫ଜଣ ରାଜନେତାଙ୍କୁ ସାମିଲ କରାଯାଇଥିଲା। ସର୍ଭେରୁ ମୋଦୀ ସର୍ବାଧିକ ୬୯% ଆପ୍ରୁଭାଲ ରେଟିଙ୍ଗ ହାସଲ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେସ ମାନୁଏଲ ଲୋପେଜ୍‌ ଓବରାଡୋର ୬୩% ରେଟିଙ୍ଗ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତୃତୀୟ ସ୍ଥାନରେ ଥିବା ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଏର ମିଲେଇ ୬୦%, ଚତୁର୍ଥ ସ୍ଥାନରେ ଥିବା ସୁଇଜରଲାଣ୍ଡର ଫେଡେରାଲ କାଉନସିଲର୍‌ ଆମହର୍ଡ ୫୨%, ପଞ୍ଚମ ସ୍ଥାନରେ ଥିବା ଆୟରଲାଣ୍ଡର ସିମୋନ ହାରିସ୍‌ ୪୭%, ଷଷ୍ଠ ସ୍ଥାନରେ ଥିବା ୟୁକେ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ୪୫%, ସପ୍ତମ ସ୍ଥାନରେ ଥିବା ପୋଲାଣ୍ଡର ଡୋନାଲ୍ଡ ଟସ୍କ ୪୫%, ଅଷ୍ଟମ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍‌ବାନେସ୍‌ ୪୨%, ନବମ ସ୍ଥାନରେ ଥିବା ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍‌ ୪୦% ଓ ଦଶମ ସ୍ଥାନରେ ଥିବା ଇଟାଲୀର ମେଲୋନୀ ୪୦% ଆପ୍ରୁଭାଲ ରେଟିଙ୍ଗ ହାସଲ କରିଛନ୍ତି। ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ୧୬% ରେଟିଙ୍ଗ ପାଇ ସବୁଠାରୁ ନିମ୍ନ ସ୍ଥାନରେ ରହିଛନ୍ତି। ସୂଚନାଥାଉ କି ଗତବର୍ଷ ହୋଇଥିବା ସର୍ଭେରେ ମଧ୍ୟ ମୋଦୀ ବିଶ୍ବର ସବୁଠାରୁ ଲୋକପ୍ରିୟ ରାଜନେତା ହେବାର ସୌଭାଗ୍ୟ ହାସଲ କରିଥିଲେ।

Hot this week

ପୁଣି ବଡ ଏନକାଉଣ୍ଟର : ୭ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ର ଆଲୁରୀ ସୀତାରାମ...

ରଣଜୀ ଟ୍ରଫି: ଓଡ଼ିଶାର ବଡ଼ ସ୍କୋର୍‌; ୪୬୫ ରନ୍‌ ଲକ୍ଷ୍ୟର ପିଛାକରି ନାଗାଲାଣ୍ଡ ୧/୪୧

କଟକ: ଭୁବନେଶ୍ବରର କିଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ମଙ୍ଗଳବାର...

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ...

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

Related Articles

Popular Categories