www.samajalive.in
Sunday, November 16, 2025
15.1 C
Bhubaneswar

କଡାକଡି ଯାଞ୍ଚ ହେବ ମୋଟର ଯାନ କାଗଜପତ୍ର: ତୁରନ୍ତ ବୀମା ଅର୍ଥ ପୈଠ କରିବାକୁ ପରାମର୍ଶ

କଟକ : ନିକଟରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନାବାଳକ ଗାଡି ଚାଳକ ବିେରାଧୀ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଆଗକୁ ମୋଟରଯାନ କାଗଜପତ୍ର ଯାଞ୍ଚକୁ ବ୍ୟାପକ କରିବ। ବେଆଇନ ଭାବେ କେହି ଗାଡ଼ି ଚଲାଉଥିଲେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ଦଳ ଗଠନ କରି ସାରା ରାଜ୍ୟରେ ଅଭିଯାନ ଆରମ୍ଭ କରାଯିବ ବୋଲି ପ୍ରାଧିକରଣ ପକ୍ଷରୁ ଘୋଷଣା କରାଯାଇଛି। ତେବେ ମୋଟର ଯାନ ଟିକସ କ୍ଷେତ୍ରରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା ରିଆତି ବ୍ୟବସ୍ଥା ଏବେ ମଧ୍ୟ ଜାରି ରହିଛି। ଫଳରେ ଟିକସ ପୈଠ କରି ନ ଥିବା ଗାଡ଼ି ମାଲିକ ବକେୟା ଟିକସ ଏକକାଳୀନ ପୈଠ କରି ଜୋରିମାନା ରାଶି ସମ୍ପୂର୍ଣ୍ଣ ଛାଡ଼ର ଲାଭ ନେବାକୁ କୁହାଯାଇଛି। ଟିକସ ପୈଠ ନ କରି ଗାଡ଼ି ଚଳାଉଥିବା ମାଲିକଙ୍କ ବିରୋଧରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଏସ୍‌ଟିଏର ବରିଷ୍ଠ ଅଧିକାରୀ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁର। କାର୍ଯ୍ୟାନୁଷ୍ଠାନ ପୂର୍ବରୁ ବିଭାଗର ଜୋରିମାନା କ୍ଷମା କିଭଳି ଅଧିକରୁ ଅଧିକ ଗାଡ଼ି ମାଲିକଙ୍କ ପାଖରେ ପହଞ୍ଚି ପାରିବ ଏବଂ ସେମାନେ ଏହାର ଲାଭ ନେଇପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ଠାକୁର ପରାମର୍ଶ ଦେଇଛନ୍ତି। ପ୍ରକାଶିତ ରିଆତି ଯୋଜନା ଅନୁଯାୟୀ ବାଣିଜ୍ୟଭିତ୍ତିକ ଗାଡ଼ି କ୍ଷେତ୍ରରେ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଖିଲାପକାରୀ ଏହି ଯୋଜନାର ଲାଭ ନେଇପାରିବେ। ଏହି ଯୋଜନା ଅନୁଯାୟୀ ବକେୟା ଥିବା ସମସ୍ତ ଟିକସ ଏକକାଳୀନ ପୈଠ କରିବାକୁ ହେବ। ଟିକସ ପୈଠରେ ବିଳମ୍ବ ଯୋଗୁଁ ଲାଗୁ ହୋଇଥିବା ଜୋରିମାନା ରାଶି ଛାଡ଼ କରାଯିବ।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories