www.samajalive.in
Sunday, December 7, 2025
26.1 C
Bhubaneswar

ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଏସବୁ ଦିଗ ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ

ସାଧାରଣତଃ ସମସ୍ତେ ନିଜ ସ୍ମରଣ ଶକ୍ତି ବୃଦ୍ଧି କରିବାକୁ ଚାହାନ୍ତି। ଏଥିପାଇଁ ଅନେକ ଔଷଧ ଆଦି ସେବନ କରିବା ସହ ବହୁତ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ହେଲେ କହାକୁ ସୁଫଳ ମିଳେ ତ କାହାକୁ ମିଳେନାହିଁ। ହେଲେ ଏହା ଅମେ ଜାଣି ନ ଥାନ୍ତି ଯେ ଏପରି କିଛି କଥା ଅଛି, ଯାହା ପ୍ରତି ଧ୍ୟାନ ଦେଲେ ଆମ ସ୍ମରଣ ଶକ୍ତି ବୃଦ୍ଧି ପାଇ ପାରିବ। ଆମେ ଅଜାଣତରେ କରୁଥିବା କିଛି ଭୁଲ୍‌ ପାଇଁ ଆମ ସ୍ମରଣ ଶକ୍ତି ପ୍ରଭାବିତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ –

୧. ଫାଷ୍ଟଫୁଡ୍ କିମ୍ବା ଛଣାଛଣି ଖାଦ୍ୟ ଅଧିକା ଖାଇବା ଦ୍ୱାରା ମସ୍ତିଷ୍କ ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଫାଷ୍ଟଫୁଡ୍ ମସ୍ତିଷ୍କରେ ଥିବା ରସାୟନର ସଂରଞ୍ଚନାକୁ ପ୍ରଭାବିତ କରେ। ଏଥିସହିତ ମୁଣ୍ଡ ଭାରି ଲାଗିବା ସହ ଅବସାଦ ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଫାଷ୍ଟଫୁଡ଼୍‌ଠାରୁ ନିଜକୁ ଯେତେ ସମ୍ଭବ ଦୂରେଇ ରଖନ୍ତୁ।
୨. ମୃଦୁପାନୀୟ ଓ ସୋଡ଼ା ମଧ୍ୟ ବ୍ୟକ୍ତିର ମାନସିକତା ଉପରେ କୁପ୍ରଭାବ ପକାଇଥାଏ। ଏଥିରେ ଥିବା ଫ୍ରକ୍ଟୋଜ୍ ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ କମ୍ କରିବା ସହ ଧୀଶକ୍ତି ମଧ୍ୟ ହ୍ରାସ କରିଥାଏ।
୩. କିଶୋର ଅବସ୍ଥାରେ ଅଧିକ ପରିମାଣରେ ମଦ୍ୟପାନ କରିବା ମଧ୍ୟ ମସ୍ତିଷ୍କ ଉପରେ ବହୁତ କୁପ୍ରଭାବ ପକାଇଥାଏ। ମଦ ପିଇବା ଦ୍ୱାରା ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇବା ସହ କୌଣସି କଥା ମନେ ରଖିପାରି ନଥାଏ। ଅତ୍ୟଧିକ ମଦ ପିଇବା ଦ୍ୱାରା ମସ୍ତିଷ୍କର ସ୍ନାୟୁଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥାଏ। ଫଳରେ ଭୁଲିବା ସମସ୍ୟା ଦେଖାଦିଏ। ତେଣୁ ମଦ୍ୟପାନଠାରୁ ଦୂରେଇ ରୂହନ୍ତୁ।
୪. ସାରା ରାତି ସୁଖନିଦ୍ରା ଓ ଆରାମ ପରେ ମସ୍ତିଷ୍କ ଫୂର୍ତ୍ତି ରହିବା ସହ ଦିନ ସାରା ତାଜା ଲାଗିଥାଏ। ମାତ୍ର ନିଦ୍ରା ଅଭାବରୁ ମସ୍ତିଷ୍କର କାର୍ୟ୍ୟଦକ୍ଷତା ହ୍ରାସ ପାଇବା ସହ ଭୁଲିବା ସମସ୍ୟା ଦେଖାଦିଏ।
୫. ଯୋଗ ଓ ପ୍ରାଣାୟମ ଦ୍ୱାରା ମଧ୍ୟ ଆପଣ ନିଜ ସ୍ମରଣ ଶକ୍ତି ବୃଦ୍ଧି କରିପାରିବେ। ପ୍ରତିଦିନ ଯୋଗ, ପ୍ରାଣାୟମ ତଥା ବ୍ୟାୟାମ କରିବା ଦ୍ୱାରା ମାନସିକ ଶାନ୍ତି ମିଳିବା ସହ ଧୀଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories