ରେଙ୍ଗାଲି: ପ୍ରାକୃତିକ ଏବଂ ପାରମ୍ପରିକା ଜଳଉତ୍ସ ଗୁଡିକ ର ଉପଯୁକ୍ତ ସଂରକ୍ଷଣ ଏବଂ ପରେିବେଶ ସୁରକ୍ଷା ଦିଗରେ ଗୁରତର ଅବହେଲା କରାଯାଉଥିବାରୁ ଆଗାମୀ ଦିନରେ ସମ୍ବଲପୁର ଜିଲାର ରେଙ୍ଗାଲି ଅଞ୍ଚଳ ଉତ୍ତପ୍ତ ମରୁଭୂମିରେ ପରିଣତ ହୋଇଯିବ ବୋଲି ପରିବେଶବିତ, ମହଲରେ ଆଶଙ୍କା ପ୍ରକାଶ ପାଇଛି। ୨୦/୨୫ ବର୍ଷ ପୂର୍ବେ ଏ ଅଞ୍ଚଳରେ ମରୁଡି କିମ୍ବା ଜଳସଙ୍କଟର ସେଭଲି କିଛି ସମସ୍ୟା ନଥିଲା। କିନ୍ତୁ ପ୍ରାକ୍ୃତିକ ଏବଂ ପାରମ୍ପାରିକ ଜଳଉତ୍ସର ଗୁଡିକର ଯଥାଯଥ ସୁରକ୍ଷା, ସଂରକ୍ଷଣ ଏବଂ ପୁନଃରୁଦ୍ଧାର ଦିଗରେ ଗୁରୁତର ଅବହେଲା କରାଯିବା ତଥା ପ୍ରାକୃୃତିକ ବନ ସମ୍ପଦର ଦ୍ରୁତ ଅବକ୍ଷୟ ଯୋଗୁଁ ଗତ କିଛି ବର୍ଷହେଲା ଜଳ ସଙ୍କଟ ଦିନକୁ ଦିନ ଉତ୍କଟ ଆକାର ଧାରଣ କରି ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି।
ପ୍ରତିବର୍ଷ ଅନିୟମିତ ବର୍ଷା ,ଅନାବ୍ୃଷ୍ଟି ଯୋଗୁଁ ମରୁଡି ସମସ୍ୟା ଚାଷୀ ମାନଙ୍କର ଦେହସୁହା ହୋଇଗଲାଣି। ପ୍ରତିଯୋଗିତା କଲା ଭଲି ଦ୍ରୁତଗତିରେ ଜଙ୍ଗଳକ୍ଷୟ ଯୋଗୁ ବର୍ଷା ର ପରିମାଣ ହ୍ରାସ ପାଇବା ସହିତ ସୀମାନ୍ତରେ ହିରାକୁଦ ଜଳଭଣ୍ଡାରର ବିସ୍ତିର୍ଣ୍ଣ ଜଳଭଣ୍ଡାର ଥାଇ ବି ଭୂତଳ ଜଳସ୍ତର ପାତାଳଗାମୀ ହେବାରେ ଲାଗିଛି। ଜଳଭଣ୍ଡାର ସୀମାନ୍ତ ଓ ସଂଲଗ୍ନରେ ଥିବା ସପନେ, କୁର୍ଲା, ବାଉଁସେନ, ତୁରିଟିକ୍ରା, ଖିଣ୍ଡା, ଦନ୍ତାମୁରା, କୁର୍ଲା, ବାରିକପାଲି, ଚାଲଟିକ୍ରା, ବାରିକପାଲି, ଯୁଗିପାଲି, ବଂଶିମାଲ ଆଦି ଗ୍ରାମର ଭୂତଳ ଜଳସ୍ତର ୮ଶହ ଫୁଟ ତଳକୁ ଖସି ଯାଇଥିବା ଏକ ବେସରକାରି ସର୍ବେକ୍ଷଣରୁ ଜଣାପଡିଛି।
ଠିକ୍ ସେହିପରି ଅଞ୍ଚଳରେ ଚାଲିଥିବା ଅଖିବୁଜା ଶିଳ୍ପାୟନ ପ୍ରକ୍ରିୟା ଏବଂ କାଠମାଫିଆ ମାନଙ୍କ ଦ୍ୱାରା ପ୍ରତିଯୋଗିତା ଭିତ୍ତିରେ ବ୍ୃକ୍ଷ ଛେଦନ ଅଭିଯାନ ଅବସ୍ଥାକୁ ଆହୁରି ସଙ୍ଗୀନ କରିଦେଇଛି। ଶିଳ୍ପାୟନ ପ୍ରକ୍ରିୟାରେ ରେଙ୍ଗାଲି ଅଞ୍ଚଳର ୨ ଲକ୍ଷରୁ ଅଧିକ ଉପକାରି ଗଛ କଟାଯାଇଥିବା ବେଳେ ସଂରକ୍ଷିତ ଜଙ୍ଗଲ ଓ ସରକାରୀ ଜଙ୍ଗଲ ଭିତରେ ବେଆଇନ ପଥରକ୍ୱାରି ସ୍ଥାପନ କରି ଡିନାମାଇଟ ବିସ୍ପାରଣ ରେ ଫଥର ଫଟାଯିବା, କ୍ରସର ୟୁନିଟ୍ ସ୍ଥାପନ, ଇଟାଭାଟି ପ୍ରତିଷ୍ଠା କରାଯିବା ପ୍ରକ୍ରିୟା ଦିନକୁ ଦିନ ବ୍ୃଦ୍ଧି ପାଉଥିବା ଯୋଗୁଁ ମାଟିର ଜଳଧାରଣ କ୍ଷମତା ଦ୍ରୁତ ଗତିରେ ହ୍ରାସ ପାଇବା ସହିତ ଭୂତଳ ଜଳସ୍ତର ନ୍ିମ୍ନଗାମୀ ହେବାରେ ଲାଗିଛି। ଏଥିଯୋଗୁଁ ବ୍ୃଷ୍ଟିପାତ ଏବଂ ଜଳସ୍ତର ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ପଡିବା ସହ ଋତୁଚକ୍ରରେ ବ୍ୟାପକ ପରିବର୍ତ୍ତନ ଓ ପାଣିପାଗ ରେ ଅନିୟମତିତା ଦେଖାଯାଉଛି।
ଜୈବ ବିବିଧତା ବିପନ୍ନ ହୋଇ ଅଞ୍ଚଳର ତାପମାତ୍ରା ମଧ୍ୟ ଅହେତୁକ ଭାବରେ ବ୍ୃଦ୍ଧି ପାଉଛି ଏବଂ ମାଟିର ଉର୍ବରତା ନଷ୍ଠ ହୋଇ ଉତ୍ପାଦିକା ଶକ୍ତି ହ୍ରାସ ପାଉଛି। ଅବିଚାରିତ ପରିବେଶ ଧ୍ୱଂସ ଅଭିଯାନ ଫଳ ରେ ରେଙ୍ଗାଲି ଅଞ୍ଚଳ କ୍ରମଶଃ ଉତ୍ତପ୍ତ ହେବାରେ ଲାଗିଛି। ମରୁ ଅଞ୍ଚଳ ଭଲି ଦିନବେଳା ପ୍ରଚଣ୍ଡ ରୌଦ୍ରତାପ ଏବଂ ରାତିରେ ସେହି ଅନୁପାତ ରେ ଗରମ ରହୁ ନାହିଁ। ଅପେକ୍ଷାକ୍ୃତ ଥଣ୍ଡା ଅନୁଭବ ହେଉଛି। ଏହି ବିଧ୍ୱଂସସକାରି ପ୍ରକ୍ରିୟା ଫଳ ରେ ବହୁ ସଂଖ୍ୟକ ଚିରତ୍ସୋତା ଝରଣା,ନଈ,ନାଳ ଗ୍ରୀଷ୍ମଋତୁ ଆରମ୍ଭ ହେବାର ବହୁ ଆଗରୁ ଶୁଖି ଯାଉଛି। ରେଙ୍ଗାଳି ଅଞ୍ଚଳ ରେ ବହୁ ସଂଖ୍ୟକ ପ୍ରାକ୍ୃତିକ ନଈ ନାଳ,ଝରଣା ପାରମ୍ପାରିକ ବନ୍ଧକଟା, ପୋଖରି, ଘାଘରା ରହିଥିଲେ ହେଁ ଉପଯୁକ୍ତ ସଂରକ୍ଷଣ ରକ୍ଷଣାବେକ୍ଷଣ ତଥା ସୁରକ୍ଷା ରେ ଘୋର ଅବହେଲା ଫଳ ରେ ଅଧିକାଂଶ ପାରମ୍ପାରିକ ଜଳଉତ୍ସ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି।
ଏପରିକି ଅନେକ ଜଳାଶୟ ପୁରାପୁରି ଶୁଖିଯାଉଛି ଏବଂ ଅନେକ ର ଆୟତନ ସଙ୍କୁଚିତ ହୋଇ ପୋତି ହେବାକୁ ବସିଲାଣି। ଅପରପକ୍ଷରେ ବ୍ଳକ୍ ଅଞ୍ଚଳ ରେ ପ୍ରବାହିତ ଭେଡେନ ନଦୀ,ସିଆଲ ଯୋର,ହରଡ ଯୋର, ଟାଙ୍ଗର ଯୋର, ମତୁଆଳି ନାଳା, ସଙ୍କରି ନାଳା, ଟାଙ୍ଗର ଯୋର, ଢେଙ୍ଗୁର ଯୋର, ଆମଝରନ, ନଳିବସା, ଗଡପାଟି ଝରନ, କର୍ଲାଘାଟି ଆଦି ଚିରତ୍ସୋତା ନଈନାଳ ଗୁଡିକର ସଂରକ୍ଷଣ ର ଆବଶ୍ୟକତା ରହିଛି। ସଂରକ୍ଷଣ ଅବାବରୁ ଏସବୁ ଜଳ ଉତ୍ସ ଗୁଡିକ ର ଗଭୀରତା ହ୍ରାସ ପାଇ ସମତଳ ଭୁମି ହେବା ପ୍ରକ୍ରିୟା ଦେଇ ଗତି କରୁଛି। ଏଭଳି ଅବ୍ୟବସ୍ଥା ଯୋଗୁଁ ଉତ୍କଟ ଜଳ ସଙ୍କଟ ଦେଖାଦେଇ ଗତ ୧୫ ବର୍ଷ ମଧ୍ୟରେ ୮ ବର୍ଷ ମରୁଡି ଏବଂ ୫ ବର୍ଷ ଆଂଶିକ ମରୁଡି ରେ ଫସଲ ହାନି ହୋଇଥିବା ର ଜଣାପଡିଛି। ଏହାର ପ୍ରଭାବ ରେ ୮୨୧୮ହେକ୍ଟର ବାହାଲ କିସମ ଜମି ମଧ୍ୟରୁ ୫୦ ଶତାଂଶ ଆଟ୍ କିସମ ଜମିରେ ପରିଣତ ହେଲାଣି।
ଶିଳ୍ପାୟନ ଉପରେ ଯେତେ ଗୁରୁତ୍ୱ ଦିଆଯାଉଛି ସେହି ଅନୁପାତ ରେ ପାରମ୍ପାରିକ ଜଳଉତ୍ସ ଏବଂ ପ୍ରାକ୍ୃତିକ ଜଳ ଭଣ୍ଡାର ଗୁଡିକର ସଂରକ୍ଷଣ, ରକ୍ଷଣାବେକ୍ଷଣ ତଥା ଉନ୍ନତିକରଣ ଦିଗରେ ସେତେ ଗୁରୁତ୍ୱ ଦେଉ ନାହାନ୍ତି। ଜମିକୁ ଜଳ ସ୍ଳୋଗାନ୍ କଚ୍ଛପ ଗତିରେ ଚାଲିଥିବା ବେଳେ ଆଦର୍ଶ ପୁଷ୍କରିଣୀ, ଜଳ ଅମଳ ପ୍ରକଳ୍ପ ଆଦି ଯୋଜନାର ସଫଲ ରୂପାୟନ ପ୍ରତି ଯେଭଲି ଗୁରୁତ୍ୱ ଦେବା କଥା ଦିଆଯାନାହ ବୋଲି ସଚେତନ ନାଗରିକ ମହଲ ରେ ପ୍ରତିକ୍ରିୟା ପ୍ରକାଶ ପାଉଛିି। ପରିବେଶ ସୁରକ୍ଷା ଏବଂ ଜଳ ସଂରକ୍ଷଣ , ପାରମ୍ପାରିକ ଓ ପ୍ରାକୃତିକ ଜଳ ଉତ୍ସ ଗୁଡିକ ର ରକ୍ଷଣାବେକ୍ଷଣ, ପୁନଃରୁଦ୍ଧାର ଦିଗରେ ଉପଯୁକ୍ତ ଧ୍ୟାନ ଦିଆ ନଗଲେ ଆଗାମୀ କିଛି ବର୍ଷ ପରେ ରେଙ୍ଗାଲି ବ୍ଳକ୍ ଅଞ୍ଚଳ ଶୁଷ୍କ ଉତ୍ତପ୍ତ ମରୁଭୂମି ରେ ପରିଣତ ହେବା ନିଶ୍ଚିତ ଅଟେ ବୋଲି ବିଶେଷଜ୍ଞ ମାନେ ରେ ଉଦବେଗ ପ୍ରକାଶ କରୁଛନ୍ତି।



