www.samajalive.in
Monday, December 15, 2025
15.1 C
Bhubaneswar

ଗଞ୍ଜାମ ଜିଲା ଦେଶର ‘ଶ୍ରେଷ୍ଠ ଜିଲା ପରିଷଦ’ ଏବଂ ହିଞ୍ଜିଳିକାଟୁ ଦେଶର ‘ଶ୍ରେଷ୍ଠ ବ୍ଲକ୍ ପଞ୍ଚାୟତ’

ଭୁବନେଶ୍ୱର: ଗଞ୍ଜାମ ଜିଲା ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବ ନେଇ ଆସିଛି । ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ଘୋଷିତ ‘ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୨’ରେ ଗଞ୍ଜାମ ଜିଲା ଦେଶର ଶ୍ରେଷ୍ଠ ଜିଲା ପରିଷଦ ଓ ହିଞ୍ଜିଳିକାଟୁ ଦେଶର ୬୬୧୨ଟି ପଞ୍ଚାୟତ ସମିତି ମଧ୍ୟରେ ଶ୍ରେଷ୍ଠ ବ୍ଲକ୍‌ ପଞ୍ଚାୟତ ଭାବେ ଆସନ୍ତା ୧୭ ତାରିଖରେ ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହେବେ । ଦେଶର ଶ୍ରେଷ୍ଠ ଜିଲା ପରିଷଦ ଭାବେ ଗଞ୍ଜାମ ଜିଲା ପରିଷଦକୁ ୫ କୋଟି ଟଙ୍କାର ଅର୍ଥରାଶି ଏବଂ ହିଞ୍ଜିଳିକାଟୁ ପଞ୍ଚାୟତ ସମିତିକୁ ପୁରସ୍କାର ବାବଦରେ ୨ କୋଟି ଟଙ୍କାର ଅର୍ଥରାଶି ମିଳିବ ।

ହିଞ୍ଜିଳିକାଟୁ ବ୍ଲକର କଞ୍ଚୁରୁ ଗ୍ରାମ ପଞ୍ଚାୟତ ସୁସ୍ଥ ପଞ୍ଚାୟତ ବିଭାଗରେ ଦ୍ୱିତୀୟ ଶ୍ରେଷ୍ଠ ବିବେଚିତ ହୋଇଛି । ସେହିପରି ଭଞ୍ଜନଗର ବ୍ଳକର କୁଲାଡ ଗ୍ରାମ ପଞ୍ଚାୟତ ସାମାଜିକ ସୁରକ୍ଷିତ ବ୍ଲକ ବିଭାଗରେ ଦ୍ୱିତୀୟ ଶ୍ରେଷ୍ଠ ବିବେଚିତ ହୋଇଛି। ଉଭୟ ବ୍ଲକ୍‌ ପୁରସ୍କାର ବାବଦରେ ୭୫ଲକ୍ଷ ଟଙ୍କା ଏବଂ ମାନପତ୍ର ପାଇବେ । ହିଞ୍ଜିଳିକାଟୁ ବ୍ଲକର ଶାସନ ଆମ୍ବଗାଁ ଗ୍ରାମ ପଞ୍ଚାୟତ ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ବିଭାଗରେ ଦ୍ୱିତୀୟ ସ୍ଥାନ ହାସଲ କରିି ମାନପତ୍ର ସମେତ ପୁରସ୍କାର ବାବଦରେ ୭୫ଲକ୍ଷ ଟଙ୍କାର ଅର୍ଥରାଶି ପାଇବ। ପାତ୍ରପୁର ବ୍ଳକର ଆଙ୍କୁଲି ଗ୍ରାମ ପଞ୍ଚାୟତ ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତରେ ଦ୍ୱିତୀୟ ଶ୍ରେଷ୍ଠ ହୋଇଛି।

- Advertisement -

ଏହି ଗ୍ରାମପଞ୍ଚାୟତକୁ ପୁରସ୍କାର ବାବଦରେ ୭୫ଲକ୍ଷ ଟଙ୍କା ଏବଂ ମାନପତ୍ର ମିଳିବ। କାର୍ବନ ନେଚୁରାଲ ବିଶେଷ ପଞ୍ଚାୟତ ପୁରସ୍କାର ବାବଦରେ ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ ପଞ୍ଚାୟତକୁ ମାନପତ୍ର ସହ ୫୦ ଲକ୍ଷ ଟଙ୍କାର ଅର୍ଥରାଶିରେ ସମ୍ମାନିତ କରାଯିବ। ଓଡ଼ିଶାକୁ ସର୍ବଧିକ ୮ଟି ପୁରସ୍କାର ମିଳିବ ଏବଂ ପୁରସ୍କାର ବାବଦରେ ସର୍ବମୋଟ ୧୦.୫୦ କୋଟି ଟଙ୍କାର ଅର୍ଥରାଶି ମିଳିବ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଏବଂ ଜିଲ୍ଲା ପ୍ରଶାସନର ନିରନ୍ତର ପ୍ରୟାସ ଯୋଗୁଁ ଓଡ଼ିଶା ଆଜି ଜାତୀୟସ୍ତରରେ ତା’ର ଉତ୍କର୍ଷ ପ୍ରତିପାଦିତ କରିପାରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଆଧାରିତ ଦୂରଦୃଷ୍ଟି, ସ୍ୱଚ୍ଛ ଶାସନ ଏବଂ ପ୍ରଶାସନିକ ଅଧିକାରୀ, କର୍ମଚାରୀ ଓ ପଞ୍ଚାୟତିରାଜ ପ୍ରତିନିଧିଙ୍କ ଆନ୍ତରିକ ଉଦ୍ୟମ ଓ ଗ୍ରାମବାସୀଙ୍କ ସହଯୋଗ ଯୋଗୁ ଏଭଳି ଉଲ୍ଲେଖନୀୟ ସଫଳତା ହାସଲ କରାଯାଇପାରିଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories