www.samajalive.in
Sunday, December 7, 2025
14.1 C
Bhubaneswar

ମହାସାଗରରେ ସ୍ନାନ କରିବାର ପାଉଣା ୧ ଲକ୍ଷ ୯୩ ହଜାର ଟଙ୍କା!

ସାଧାରଣ ତଥା ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ ଗୋଟିଏ ଦିନରେ ୧ଲକ୍ଷ ୯୩ହଜାର ଟଙ୍କା ଖର୍ଚ୍ଚ କରିବା ସାତ ସପନ ପରି। ଜୀବନତମାମ କଠିନ ପରିଶ୍ରମ କରି ସଞ୍ଚୟ କରିଥିବା ଅର୍ଥକୁ ସେମାନେ ଏଭଳି ଖର୍ଚ୍ଚ କରିବାକୁ ଆଦୌ ଚାହିଁନଥାନ୍ତି। ହେଲେ ଧନିକ ବର୍ଗର ଲୋକଙ୍କ ପାଇଁ ଏହା ଏକ ସାଧାରଣ କଥା। ସେଇ ବର୍ଗର ଲୋକଙ୍କୁ ଦୃଷ୍ଟିରେ ରଖି ମାଳଦ୍ବୀପର ସୋନେଭା ଫୁସି ଭିଲ୍ଲା ବିଭିନ୍ନ ଆକର୍ଷଣୀୟ ପଦକ୍ଷେପମାନ ନେଇଛି। ବିଶ୍ବର ସବୁଠୁ ବଡ଼ ‘ୱାଟର୍ ଭିଲ୍ଲା’ ଭାବେ ଏହା ଜଣାଯାଉଥିବାବେଳେ ମହାମାରୀ ଅବସାଦରୁ ବାହାରିବା ନିମନ୍ତେ ଏହା ଗ୍ରାହକଙ୍କ ପାଇଁ ଅନେକ ପ୍ରକାର ସୁବିଧା ଉପଲବ୍ଧ କରାଇଥିବାର ପ୍ରକାଶ। ବିଳାସମୟ ରିସୋର୍ଟରେ ଥିବା ବିଭିନ୍ନ ସୁବିଧା ମଧ୍ୟରୁ ସବୁଠୁ ମୁଖ୍ୟ ହେଉଛି ଭିଲାର ଉପର ମହଲା ସହ ସଂଯୋଗ କରୁଥିବା ସ୍ଲାଇଡର୍‌ରେ ଖସି ଜଣେ ବ୍ୟକ୍ତି ମହାସାଗରରେ ସନ୍ତରଣ କରିପାରିବ।
-ସୋନେଭା ଫୁସି ଭିଲ୍ଲାର ଅନ୍ୟତମ ବିଶେଷତ୍ବ ହେଲା, ଡାଇନିଂର ଚଟାଣ ସମ୍ପୂର୍ଣ୍ଣ କାଚ। ଭୋଜନ କରୁଥିବା ସମୟରେ ଆପଣ ପାଣି ତଳେ ମାଛ ଓ ଅନ୍ୟାନ୍ୟ ସାମୁଦ୍ରିକ ପ୍ରାଣୀଙ୍କ ଚଳପ୍ରଚଳକୁ ଦେଖି ଖାଦ୍ୟର ମଜା ନେବେ।
-ଖୁବ୍ ଶୀଘ୍ର ବିଦେଶୀ ଗ୍ରାହକଙ୍କୁ ଏଇ ଭିଲ୍ଲା ସ୍ବାଗତ କରିବ। ସେଥିପାଇଁ ପୂର୍ବରୁ ଭିଲ୍ଲାର ପ୍ରଚାର ଅଭିଯାନରେ ରିସୋର୍ଟର କର୍ମଚାରୀ ଲାଗିପଡ଼ିଛନ୍ତି। ସବୁଠୁ ଅଧିକ ସଂଖ୍ୟାରେ ଦୁବାଇରୁ ଗ୍ରାହକ ଆସିବେ ବୋଲି ଜଣାପଡ଼ିଛି। ବିଳାସମୟ ସୋନେଭା ଫୁସି ଭିଲ୍ଲାର ଦିନ ପିଛା ଭଡ଼ା ହେଉଛି ୧ ଲକ୍ଷ ୯୩ ହଜାର ଟଙ୍କା।
-ସୋନେଭା ଫୁସି ଭିଲ୍ଲାକୁ ଅଧିକାଂଶ ଗ୍ରାହକ ପୂର୍ଣ୍ଣିମା ସମୟରେ ଆସିବାକୁ ଉଚିତ୍ ମଣିଥାନ୍ତି। କରୋନା ମହାମାରୀ ପୂର୍ବରୁ ସେଠାରେ ଗ୍ରାହକଙ୍କ ଭିଡ଼ ପୂର୍ଣ୍ଣିମା ସମୟରେ ଜମୁଥିଲା। ସେଠାକାର ଭିଲ୍ଲା-୩୭ର ମୁନ୍‌-ଲାଇଟ୍ ଟେବୁଲରେ ପୂର୍ଣ୍ଣିମା ସମୟରେ ଭୋଜନ କରିବାର ମଜା ନିଆରା ବୋଲି ଗ୍ରାହକଙ୍କ ମତ। ନଡ଼ିଆ ଗଛ ଉଚ୍ଚତାରେ ଡାଇନିଂର ବ୍ୟବସ୍ଥା ଥିବାବେଳେ ଝୁଲାରେ ବ୍ୟକ୍ତିଙ୍କୁ ସେଇ ସ୍ଥାନକୁ ନିଆଯାଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories