www.samajalive.in
Monday, December 15, 2025
17.1 C
Bhubaneswar

ଲୁହା ପାଇପ ଚୋରି ଅଭିଯୋଗରେ ୪ ଗିରଫ, କୋର୍ଟ ଚାଲାଣ

ରେଙ୍ଗାଲିକ୍ୟାମ୍ପ :  ଅତାବିରା ବ୍ଳକ ଅନ୍ତର୍ଗତ ଜହ୍ନ।ପଡା ଅଞ୍ଚଳରେ ପାନୀୟ ଜଳଯୋଗାଣ ନିମନ୍ତେ ଏଲଏନଟି ପକ୍ଷରୁ କେନାଲ କଡରେ ରହିଥିବା ୩୦୦ ଏମଏମର ୧୧ ଗୋଟି ଲୁହା ପାଇପ ଚୋରି ହୋଇଥିବା ଅତାବିରା ଥାନାରେ କମ୍ପାନୀ କର୍ମଚାରୀ ହିତେଶ୍ୱର କର୍ମୀ ୧୯ ତାରିଖରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଥାନା ଅଧିକାରୀ ଅନିଲ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଯାଇ ଚୋରି କରିଥିବା ୪ ଜଣକୁ ଗିରଫ କରାଯାଇଛି। ଏହା ସହିତ ଏଥିରେ ବ୍ୟବହୃତ ହୋଇଥିବା ଏକ ଟ୍ରକ, ବଲେରୋ,ବାଇକକୁ ଜବତ କରିବା ସହ ଚୋରି ହୋଇଥିବା ୧୧ ଗୋଟି ଲୁହା ପାଇପକୁ ଉଦ୍ଧାର କରାଯାଇଛି।
ଚୋରି କରିଥିବା ଅଭିଯୁକ୍ତ ମାନେ ହେଲେ ଦେବାହାଲ ଗ୍ରାମର ଦରପୋଡ଼ା ଭୋଇ(୩୪), ହୀରାକୁଦ ଥାନା ଅନ୍ତର୍ଗତ ଲରପଙ୍କ ଗ୍ରାମର ବିକାଶ ଓରାମ(୧୯), ବରଗଡ଼ ସଦର ଥାନା ଅନ୍ତର୍ଗତ ବାଲିଜୋରୀ ଗ୍ରାମର ଶିବା ସୁନା(୨୦), ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ପୋଡ଼ଛପର ଗ୍ରାମର ନିବାସ ଧରୁଆ(୨୭) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଚୋରି ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ୧ ଲକ୍ଷ ୭୬ ହଜାର ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ଏନେଇ ଅତାବିରା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅମରିତ କୁମାର ପଣ୍ଡା ସୂଚନା ପ୍ରଦାନ କରିବା ସହ ଅଧିକ ତଦନ୍ତ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories