www.samajalive.in
Monday, December 15, 2025
15.1 C
Bhubaneswar

ପାଣି ନ ମିଳିବାରୁ ୨ ପମ୍ପ ହାଉସରେ ତାଲା ପକାଇଲେ ମହିଳା

ପାଟଣା : ଜିଲ୍ଲା ଟ୍ରକ ମାଲିକ ସଙ୍ଘ ଅନୁଦାନରେ ନିର୍ମିତ ଓଭରହେଡ ପାଣି ଟାଙ୍କି ଏବଂ ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ଓଭରହେଡ ପାଣି ଟାଙ୍କି ଥାଉ ଥାଉ ଢେଙ୍କିକୋଟର ପ୍ରତେକ ପରିବାର କିପରି ପିଇବା ପାଣି ଟ୍ୟାପରୁ ପାଇପାରିବେ ଆଜି ପର୍ଯ୍ୟନ୍ତ ଏହା ସୁବ୍ୟବସ୍ଥିତ ହୋଇପାରିଲା ନାହିଁ । ଯାହା ଫଳରେ କେଉଁଠି ପାଣି ଭାସିଲା ତ’ ପାଇପ ଲାଇନରେ କିଏ ମୋଟର ଲଗାଇ ପାଣି ଶୋଷି ନେଲା । ପଞ୍ଚାୟତର ତାଗିଦକୁ ମୋଟର ଲଗାଇ ପାଣି ନେବା ଵାଲା ମଧ୍ୟ ଭ୍ରୁକ୍ଷେପ କଲେ କଲେନାହିଁ ।ଯାହାଫଳରେ ଢେଙ୍କିକୋଟ ତଳ ସାହିର କିଛି ମହିଳା ଗୁରୁବାର ବସୁଧା ଯୋଜନାରେ ନିର୍ମିତ ପମ୍ପ ହାଉସରେ ତାଲା ପକାଇଦେବା ଦେବା ସହ ଟ୍ରକ ମାଲିକ ସଂଘ ପମ୍ପ ହାଉସରେ ମଧ୍ୟ ତାଲା ମାରିଦେଇଛନ୍ତି । ଯାହାଫଳରେ ଯେଉଁମାନେ ବି ଗରାଏ ବାଲ୍ଟିଏ ପାଣି ପାଉଥିଲେ ସେମାନେ ମଧ୍ୟ ଆଜି ପାଣିରୁ ବଞ୍ଚିତ ହୋଇଛନ୍ତି । ଢେଙ୍କିକୋଟର ତଳ ସାହି ଓ ମଣ୍ଡଳ ସାହିବାସୀଙ୍କୁ ପାନୀୟ ଜଳ ପାଇଁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡୁଛି । ଦଳେଇ ସାହିକୁ ମଧ୍ୟ ଠିକରେ ପାଣି ଯାଉନାହିଁ ।
ସରପଞ୍ଚ ଖଇର ନାଏକଙ୍କ ଉପସ୍ଥିତିରେ ମହିଳାମାନେ ପମ୍ପ ହାଉସରେ ତାଲା ପକାଇ ଥିବାରୁ ପମ୍ପ ଚାଳକ ମଧ୍ୟ ନିରୁପାୟ ଅଛନ୍ତି । ସୂଚନା ଯୋଗ୍ୟ ଯେ ବସୁଧା ଯୋଜନା ପମ୍ପ ହାଉସରେ ସୋଲାର ସିଷ୍ଟମ ପାଣି ଯଥେଷ୍ଟ ପରିମାଣରେ ଉଠେଇ ପାରୁନାହିଁ । ବିଦ୍ୟୁତ ବିଭାଗ ମଧ୍ୟ ଅସ୍ଥାୟୀ ସଂଯୋଗ କାଟିଦେବା ଫଳରେ ଏଭଳି ସମସ୍ୟାରେ କିପରି ଆସୁ ସମାଧାନ କରାଯିବ ସେନେଇ ସରପଞ୍ଚ ଖଇର ନାଏକ ଉଦ୍ୟମ ଜାରି ରଖିଥିବା ସୂଚନା ଦେଇଛନ୍ତି । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ବସୁଧା ଯୋଜନା ପମ୍ପ ହାଉସରେ ସୋଲାର ବଦଳରେ ବିଦ୍ୟୁତ ସଂଯୋଗ ପାଇଁ ଅର୍ଥ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories