www.samajalive.in
Sunday, December 7, 2025
23.1 C
Bhubaneswar

ଚାଷୀ ମୁଣ୍ଡରେ ଚଡ଼କ: ପାଣିର ଅଭାବ, ବିଲରେ ଗୋରୁ ଚରିଲେ

ଗଡ଼ମଧୁପୁର: ଆଷାଢ ଯାଇ ଶ୍ରାବଣ ପଶିଲାଣି। ହେଲେ କ୍ଷେତରେ ପାଣି ନାହିଁ। ଠୋ ଠୋ ଶୁଖିଲା ପଡିଛି ବିଲ ବାଡି। ଯେଉଁ ସମୟରେ ଚଷାପୁଅ ଚାଷ କ୍ଷେତରେ ହଳଲଙ୍ଗଳ ଧରି କାଦୁଅ ସରସର ହୋଇ ଚାଷ କାମରେ ମାତିବା କଥା ଏବେ ସେଇଠି ମୁଣ୍ଡରେ ହାତ ଦେଇ ବସିଛି। ବଛା ବେଉଷଣ ହୋଇ ନ ପାରିବାରୁ ବିଲରେ ଏବେ ଗୋରୁ ଚରୁଲେଣି। ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନ ତଳଗଡ ରାଜସ୍ୱ ଅନ୍ତର୍ଗତ ଭୁବନପୁର ଓ ମହୁଲଟିକର, ଶୁମାଶିର ଗହିର, କୁଲାବେଙ୍ଗିପାଟ ଆଦି ମୌଜାର ଶହ ଶହ ଏକର ଜମିରେ ଏବେ ଗୋରୁ ଚରୁଛନ୍ତି। ଚାଷି ଏ ବର୍ଷ ଘଣ୍ଟାକୁ ଟ୍ରାକ୍ଟର ଭଡା ୬୦୦ରୁ ୮୦୦ଶହ ପର୍ଯ୍ୟନ୍ତ ଦେଇ ବାହାରୁ ବିହନ ଉଚା ଦରରେ କିଣି ବିଲରେ ବୁଣିଥିଲେ। ୬୦ ଦିନରେ ଅମଳ ହେବାର ଏହି ଧାନଚାଷ ପାଇଁ ଠିକ ସମୟରେ ପାଣିର ଅଭାବ କାରଣରୁ ଲୋକେ ବିଲ ଉଠିଆ କରିପାରିଲେ ନାହିଁ। ଗୋରୁ ଗାଇ ଛାଡି ଫସଲ ଉଜାଡିବାକୁ ବାଧ୍ୟ ହେଲେ। ଲଗାତର ଦୁଇ ବର୍ଷ ଧରି ଏହି ମୌଜାରେ ସ୍ୱଳ୍ପବୃଷ୍ଟି ହେବାରୁ ବିଲ ପଡିଆ ପଡିଛି। ଏ ପରିକି ବିହନ ବୁଡୁ ଗଲାଣି। ଗତ ବର୍ଷ ବିହନ ବୁଡିଯାଇଥିବାରୁ ଏ ବର୍ଷ ଏଠୁ ସେଠୁ ଚଢା ଦରରେ ବିହନ କିଣି ବିଲ ଉଠିଆ କରାଯାଇଥିଲା। କିନ୍ତୁ ଦଇବ ଦାଉକୁ ଏବର୍ଷ ମଧ୍ୟ ବିଲରେ ପାଣି ଅଭାବ କାରଣରୁ ଫସଲ ଉଜୁଡିଲା। ଧାର କରଜ ସାଙ୍ଗକୁ ସବୁ ପରିଶ୍ରମ ଏବେ ପାଣିରେ ପଡିଲା। କୁଲା ମୁଣ୍ଡେଇ ଘରକୁ ଫେରିଲା। କେମିତି ଧାର କରଜ ସୁଝାଯିବା ସହିତ କରିଥିବା ଋଣ ପରିଷୋଧ କରାଯିବ ସେହି ଚିନ୍ତାରେ ଏବେ ଚାଷିକୂଳ। କୃଷି ବିଭାଗ ତୁରନ୍ତ ଏହାର ତଦନ୍ତ କରି ଚାଷି ମାନଙ୍କୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories