www.samajalive.in
Sunday, December 7, 2025
26.1 C
Bhubaneswar

ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ପିଇବା ପାଣିର ସମାଧାନ କଲେ ବିଡ଼ିଓ 

ନବରଙ୍ଗପୁର: ନରରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଗ୍ରାମ ପଞ୍ଚାୟତରେ ପିଇବା ପାଣିର ସମସ୍ୟା ଲାଗି ସାହିର ମହିଳାମାନେ ଖାଲିହାଣ୍ଡି ଧରି ବିକ୍ଷୋଭ ପ୍ରଦର୍ଶନ କରିବାର ୨୪ ଘଣ୍ଟା ଭିତରେ ସମାଧାନ ହେଲା ପାଣି ସମସ୍ୟା। ଏପରି ଘଟଣା ଦେଖିବାକୁ ମିଳିଛି କାମତା ପଂଚାୟତର ୩ନଂ ୱାର୍ଡରେ । କାମତା ଗ୍ରାମର ୩ନଂ ୱାର୍ଡରେ ପ୍ରାୟ ୧୦୦ ପରିବାର ବାସ କରୁଥିବା ବେଳେ ସେହି ସାହିରେ ଖ୍ରୀଷ୍ଟିଆନ ସଂସ୍ଥା ତରଫରୁ ଗୋଟିଏ ଟ୍ୟୁବୱେଲ ଖୋଳାଯାଇଥିଲା। ସେଥିରୁ ସମସ୍ତେ ପାଣି ନେଇ ବ୍ୟବହାର କରିଆସୁଥିଲେ। କିଛିଦିନ ହେବ ବୋରିଙ୍ଗଟି ଖରାପ ହୋଇଯିବାରୁ ସ୍ଥାନୀୟ ମହିଳାମାନେ ଏନେଇ ସ୍ଥାନୀୟ ସରପଞ୍ଚ, ପିଇଓଙ୍କୁ ଜଣାଇଥିଲେ। କିନ୍ତୁ ସେମାନେ ଏହି ବୋରିଙ୍ଗଟି ସରକାରଙ୍କ ତରଫରୁ ଖୋଳାଯାଇନଥିବା ଯୋଗୁଁ ଏହାର ମରାମତି କରାଯିବା ନାହିଁ ବୋଲି କହିଥିଲେ। ଯଦ୍ୱାରା କି ପିଇବା ପାଣି ପାଇଁ ସାହି ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିବା ସହ ନିକଟସ୍ଥ ସାହିକୁ ପାଣି ପାଇଁ ଗଲେ ସେହି ସାହି ଲୋକେ ପାଣିଦେବାକୁ ମନ କରିଦେଉଥିବା ଅଭିଯୋଗ କରିଥିଲେ। ଏହାସହ ସ୍ଥାନୀୟ ସାହିର ଶତାଧିକ ମହିଳା ଉତ୍ତକ୍ତ୍ୟ ହୋଇ ଖାଲିହାଣ୍ଡି ଧରି ବୋରିଙ୍ଗ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆମ ସାହିରେ ସରକାରୀ ବୋରିଙ୍ଗ ଖୋଳାଯାଉ ବୋଲି ପିଇଓଙ୍କୁ ଘେରିଥିଲେ । ବିକ୍ଷୋଭ ପ୍ରଦର୍ଶନ କରୁଥିବା ଭିଡିଓଙ୍କୁ ସ୍ଥାନୀୟ ଲୋକେ ତେନ୍ତୁଳୀଖୁଣ୍ଟି ବିଡ଼ିଓଙ୍କୁ ପଠାଇବା ପରେ ବିଡ଼ିଓ ୨୪ ଘଣ୍ଟା ନ ପୂରୁଣୁ ବୋରିଙ୍ଗକୁ ମରାମତି କରି ସମସ୍ୟାର ସମାଧାନ କରିଥିବା ଯୋଗୁଁ ବିଡ଼ିଓଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories