www.samajalive.in
Sunday, December 7, 2025
26.1 C
Bhubaneswar

ଶୁଣିଲାନି ପ୍ରଶାସନ; ଶ୍ରମଦାନ କରି ତିଆରି କଲେ ଚୁଆଁ

ମୋହନା: ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ କରି ଗାଁଠୁ ସହର ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ପାଣି ଯୋଗାଇବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ପାନୀୟ ଜଳ ଯୋଗାଣ ପଦସ୍ଥ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଗାଁ ଗହଳିର ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ମୋହନା ବ୍ଲକର ଡମ୍ବଗୁଡା ପଂଚାୟତର ବୁଲେରିପଦା ଗ୍ରାମ । ଏହି ଗ୍ରାମରେ ଘର ସଂଖ୍ୟା ରହିଛି ୧୦। ଲୋକ ସଂଖ୍ୟା ୭୦ରୁ ଉର୍ଦ୍ଧ୍ବ। ଗ୍ରାମରେ ବହୁ ବର୍ଷ ତଳେ ଖନନ କରାଯାଇଥିଲା ଗୋଟିଏ ନଳକୂପ । ସେଥିରୁ ପାଣି ବାହାରିଲା ନାହିଁ । ଗ୍ରାମ ନିକଟ ପାହାଡ଼ର ଝରଣା ପାଣିକୁ ସଂଗ୍ରହ କରି ପାଇପ ବିଚ୍ଛାଇ ଗ୍ରାମକୁ ପାଣି ଆଣିଛନ୍ତି । ପ୍ରଚଣ୍ଡ ଖରାକୁ ଖାତିର ନକରି ଜଳ କଷ୍ଟ ଦୂର କରିବା ପାଇଁ ଗ୍ରାମବାସୀ ଶ୍ରମଦାନ କରି ଏକ ଚୁଆଁ ଖୋଳିଛନ୍ତି। ପାନୀୟ ଜଳର ଅଭାବ ଦୂର କରିବା ପାଇଁ ଗ୍ରାମବାସୀ ବହୁବାର ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ବାରମ୍ଵାର ଗୁହାରି ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ ଗ୍ରାମବାସୀ ଏକତ୍ରିତ ହୋଇ ତିନି ଦିନ ଅକ୍ଳାନ୍ତ ପରିଶ୍ରମ କରି ଗ୍ରାମଠାରୁ ୫ ଶହ ମିଟର ଦୂର ଜଙ୍ଗଲ ମଝିରେ ବିଲ ମାଟି ଖୋଳି ଚୁଆଁ ତିଆରି କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ କାହା ସ୍ୱାର୍ଥରେ ବସୁଧା ଯୋଜନା ? ଗ୍ରାମରେ ପାନୀୟ ଜଳର ଅଭାବ ଦୂର କରିବା ପାଇଁ ବ୍ଳକ ପ୍ରଶାସନ ଓ ଜଳ ଯୋଗାଣ ବିଭାଗ ଅଧିକାରୀ ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories