www.samajalive.in
Thursday, December 11, 2025
18.1 C
Bhubaneswar

ଜଳସଙ୍କଟର କାରଣ ଆର୍ଦ୍ରଭୂମି ସଂରକ୍ଷଣରେ ବିଫଳତା

ନୂଆଦିଲ୍ଲୀ : ଆର୍ଦ୍ରଭୂମିର ସଂରକ୍ଷଣରେ ବିଫଳତା ଯୋଗୁଁ ଜଳ ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଭୂତଳ ଜଳ ବୃଦ୍ଧି କରିବା ତଥା ଅପବାହ ସମୟରେ ବନ୍ୟାଜଳ ସଂରକ୍ଷିତ ରଖିବାରେ ଆର୍ଦ୍ରଭୂମି ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ଆର୍ଦ୍ରଭୂମି ଆଇନ-୨୦୧୭ ଅନୁସାରେ ୨୯ଟି ରାଜ୍ୟ ତଥା ୭ଟି କେନ୍ଦ୍ର ଶାସିତ ଅଞ୍ଚଳର ସରକାର ନିଜ ନିଜ କ୍ଷେତ୍ରର ଆର୍ଦ୍ରଭୂମି ସଂରକ୍ଷଣ ସମ୍ବନ୍ଧ‌େ‌ର ୨୦୧୮ ସେପ୍ଟେମ୍ବର ସୁଦ୍ଧା କେନ୍ଦ୍ରକୁ ସୂଚନା ପ୍ରଦାନ କରିବା କଥା; ମାତ୍ର କୌଣସି ରାଜ୍ୟ ତାହା କରିନାହାନ୍ତି। ଆର୍ଦ୍ରଭୂମିଗୁଡିକ ସମ୍ବନ୍ଧରେ ଅଧିସୂଚନା ଜାରି କରା ନ ଗଲେ ସେଗୁଡିକ ଜବରଦଖଲ ହେବା କିମ୍ବା ଶିଳ୍ପ ସଂସ୍ଥା ଦ୍ବାରା ପ୍ରଦୂଷିତ ହେବାର ଆଶଙ୍କା ଥାଏ। ଏଭଳି ହେବା ଦ୍ବାରା ଏଠାକୁ ବର୍ଷାଜଳ ପ୍ରବାହ ହ୍ରାସ ସହିତ ଭୂତଳ ଜଳସ୍ତର ଆଉ ବୃଦ୍ଧି ପାଏ ନାହିଁ।
ଭାରତରେ ୭୫୭,୦୬୦ଟି ଆର୍ଦ୍ରଭୂମି ରହିଛି; ଯାହାକି ମୋଟ ୧୫.୩ ନିୟୁତ ହେକ୍ଟର ଅଞ୍ଚଳ ପରିବ୍ୟାପ୍ତ ଏବଂ ଦେଶର ମୋଟ ଭୌଗୋଳିକ କ୍ଷେତ୍ରଫଳର ୪.୬୩%। ଏଥିମଧ୍ୟରୁ କେତୋଟି ସମ୍ବନ୍ଧରେ ସୂଚନା ଦିଆଯାଇଛି ଅଥବା ସୂଚନା ଦେବା ବାକି ଅଛି ସେ ସମ୍ବନ୍ଧରେ ପରିବେଶବିତ୍‌ ଆନନ୍ଦ ଆର୍ଯ୍ୟ ସୂଚନା ଅଧିକାର ଆଇନ ବଳରେ ପ୍ରଶ୍ନ କରିଥି​‌େ​‌ଲ। କୌଣସି ରାଜ୍ୟ ସୂଚନା ଦେଇ ନ ଥିବା ପରିବେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ର ଏବଂ ରାଜ୍ୟଗୁଡିକ ମଧ୍ୟରେ ଏ ନେଇ ହୋଇଥିବା ଆଲୋଚନା ପରେ ସ୍ବଳ୍ପ ସଂଖ୍ୟକ ରାଜ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଦର୍ଶାଯାଇଛି। ଉଦାହରଣ ସ୍ବରୂପ ବନ ବିଭାଗ ରିପୋର୍ଟ ଦେବ ବୋଲି ଆଣ୍ଡାମାନ ନିକୋବର ସରକାର କହିଛନ୍ତି। ସେହିଭଳି ଭୟଙ୍କର ଜଳସଙ୍କଟରେ ପଡିଥିବା ତାମିଲନାଡୁ ମଧ୍ୟ ରାଜ୍ୟସ୍ତରୀୟ ଆର୍ଦ୍ରଭୂମି ପ୍ରାଧିକରଣ ଗଠନ ସମ୍ବନ୍ଧରେ ଏକ ଦସ୍ତାବିଜ ପ୍ରଦାନ କରିଛି। ଚେନ୍ନଇରେ ୧୯୮୦ ସୁଦ୍ଧା ୬୦୦ ଜଳାଶୟ ଥିବାବେଳେ ଏଥିମଧ୍ୟରୁ ଅଧିକାଂଶ ଏହାର ଅସ୍ତିତ୍ବ ହରାଇଛି। ଫଳତଃ ପ୍ରାକୃତିକ ଜଳ ଉତ୍ସ ନଷ୍ଟ ହୋଇ ଜଳ ସଂକଟର କାରଣ ସାଜିଛି ବୋଲି ବିଜ୍ଞାନ ଓ ପରିବେଶ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଜନସ୍ବାର୍ଥ ଦୃଷ୍ଟିରୁ ପୂର୍ବ କଲକାତା ଆର୍ଦ୍ରଭୂମି ଉପରେ ଏକ କରିଡର ନିର୍ମାଣ କରାଯାଉଥିବା ନେଇ ପଶ୍ଚିମବଙ୍ଗ ସରକାର ସୂଚନା ଦେଇଛନ୍ତି। ବିହାର ଏହାର ଆର୍ଦ୍ରଭୂମି ଆଦୌ ଚିହ୍ନଟ କରାଯାଇ ନ ଥିବା ଜଣାପଡ଼ିଛି।
ନୂଆଦିଲ୍ଲୀ,୧୪ା୭: ଆର୍ଦ୍ରଭୂମିର ସଂରକ୍ଷଣରେ ବିଫଳତା ଯୋଗୁଁ ଜଳ ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଭୂତଳ ଜଳ ବୃଦ୍ଧି କରିବା ତଥା ଅପବାହ ସମୟରେ ବନ୍ୟାଜଳ ସଂରକ୍ଷିତ ରଖିବାରେ ଆର୍ଦ୍ରଭୂମି ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ଆର୍ଦ୍ରଭୂମି ଆଇନ-୨୦୧୭ ଅନୁସାରେ ୨୯ଟି ରାଜ୍ୟ ତଥା ୭ଟି କେନ୍ଦ୍ର ଶାସିତ ଅଞ୍ଚଳର ସରକାର ନିଜ ନିଜ କ୍ଷେତ୍ରର ଆର୍ଦ୍ରଭୂମି ସଂରକ୍ଷଣ ସମ୍ବନ୍ଧ‌େ‌ର ୨୦୧୮ ସେପ୍ଟେମ୍ବର ସୁଦ୍ଧା କେନ୍ଦ୍ରକୁ ସୂଚନା ପ୍ରଦାନ କରିବା କଥା; ମାତ୍ର କୌଣସି ରାଜ୍ୟ ତାହା କରିନାହାନ୍ତି। ଆର୍ଦ୍ରଭୂମିଗୁଡିକ ସମ୍ବନ୍ଧରେ ଅଧିସୂଚନା ଜାରି କରା ନ ଗଲେ ସେଗୁଡିକ ଜବରଦଖଲ ହେବା କିମ୍ବା ଶିଳ୍ପ ସଂସ୍ଥା ଦ୍ବାରା ପ୍ରଦୂଷିତ ହେବାର ଆଶଙ୍କା ଥାଏ। ଏଭଳି ହେବା ଦ୍ବାରା ଏଠାକୁ ବର୍ଷାଜଳ ପ୍ରବାହ ହ୍ରାସ ସହିତ ଭୂତଳ ଜଳସ୍ତର ଆଉ ବୃଦ୍ଧି ପାଏ ନାହିଁ।
ଭାରତରେ ୭୫୭,୦୬୦ଟି ଆର୍ଦ୍ରଭୂମି ରହିଛି; ଯାହାକି ମୋଟ ୧୫.୩ ନିୟୁତ ହେକ୍ଟର ଅଞ୍ଚଳ ପରିବ୍ୟାପ୍ତ ଏବଂ ଦେଶର ମୋଟ ଭୌଗୋଳିକ କ୍ଷେତ୍ରଫଳର ୪.୬୩%। ଏଥିମଧ୍ୟରୁ କେତୋଟି ସମ୍ବନ୍ଧରେ ସୂଚନା ଦିଆଯାଇଛି ଅଥବା ସୂଚନା ଦେବା ବାକି ଅଛି ସେ ସମ୍ବନ୍ଧରେ ପରିବେଶବିତ୍‌ ଆନନ୍ଦ ଆର୍ଯ୍ୟ ସୂଚନା ଅଧିକାର ଆଇନ ବଳରେ ପ୍ରଶ୍ନ କରିଥି​‌େ​‌ଲ। କୌଣସି ରାଜ୍ୟ ସୂଚନା ଦେଇ ନ ଥିବା ପରିବେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ର ଏବଂ ରାଜ୍ୟଗୁଡିକ ମଧ୍ୟରେ ଏ ନେଇ ହୋଇଥିବା ଆଲୋଚନା ପରେ ସ୍ବଳ୍ପ ସଂଖ୍ୟକ ରାଜ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଦର୍ଶାଯାଇଛି। ଉଦାହରଣ ସ୍ବରୂପ ବନ ବିଭାଗ ରିପୋର୍ଟ ଦେବ ବୋଲି ଆଣ୍ଡାମାନ ନିକୋବର ସରକାର କହିଛନ୍ତି। ସେହିଭଳି ଭୟଙ୍କର ଜଳସଙ୍କଟରେ ପଡିଥିବା ତାମିଲନାଡୁ ମଧ୍ୟ ରାଜ୍ୟସ୍ତରୀୟ ଆର୍ଦ୍ରଭୂମି ପ୍ରାଧିକରଣ ଗଠନ ସମ୍ବନ୍ଧରେ ଏକ ଦସ୍ତାବିଜ ପ୍ରଦାନ କରିଛି। ଚେନ୍ନଇରେ ୧୯୮୦ ସୁଦ୍ଧା ୬୦୦ ଜଳାଶୟ ଥିବାବେଳେ ଏଥିମଧ୍ୟରୁ ଅଧିକାଂଶ ଏହାର ଅସ୍ତିତ୍ବ ହରାଇଛି। ଫଳତଃ ପ୍ରାକୃତିକ ଜଳ ଉତ୍ସ ନଷ୍ଟ ହୋଇ ଜଳ ସଂକଟର କାରଣ ସାଜିଛି ବୋଲି ବିଜ୍ଞାନ ଓ ପରିବେଶ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଜନସ୍ବାର୍ଥ ଦୃଷ୍ଟିରୁ ପୂର୍ବ କଲକାତା ଆର୍ଦ୍ରଭୂମି ଉପରେ ଏକ କରିଡର ନିର୍ମାଣ କରାଯାଉଥିବା ନେଇ ପଶ୍ଚିମବଙ୍ଗ ସରକାର ସୂଚନା ଦେଇଛନ୍ତି। ବିହାର ଏହାର ଆର୍ଦ୍ରଭୂମି ଆଦୌ ଚିହ୍ନଟ କରାଯାଇ ନ ଥିବା ଜଣାପଡ଼ିଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories