www.samajalive.in
Saturday, December 6, 2025
14.1 C
Bhubaneswar

ପାଣି ପାଇଁ ତାତିଲେ ମହିଳା

ଗୁଣୁପୁର: ପାଣି ପାଇଁ ତାତିଲେ ମହିଳା। ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପ୍ରତାରଣା ପାଲଟିଥିବାରୁ ବାଧ୍ୟହୋଇ ମଙ୍ଗଳବାର ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୬ ରାମକୃଷ୍ଣ ନଗର ଅଞ୍ଚଳର ମହିଳାମାନେ ହାଣ୍ଡି, ଗରା, ବାଲଟି ଧରି ପହଞ୍ଚିଥିଲେ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ। ଦୀର୍ଘ ଏକ ବର୍ଷ ଧରି ଏହି ଅଞ୍ଚଳରେ ପାନୀୟ ଜଳ ଯୋଗାଣରେ ସମସ୍ୟା ଲାଗି ରହିଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଘର ଘରକୁ ପାଇପ ଲାଇନ ଯାଇଥିଲେ ମଧ୍ୟ ଯଥେଷ୍ଟ ପାଣି ଆସୁ ନ ଥିବାରୁ ବାଧ୍ୟ ହୋଇ ବଂଶଧାରା ନଦୀ ଉପରେ ନିର୍ଭର କରୁଥିବା କହିଛନ୍ତି।

ଅନ୍ୟପକ୍ଷରେ ସମସ୍ୟା ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ କହିଛନ୍ତି ଯେ, ଏଠାକାର ହିତାଧିକାରୀ ଠିକ ସମୟରେ ଜଳ କର ପୈଠ କରୁ ନାହାନ୍ତି। ନଳକୂପ ଅଚଳ ଥିବା ସେ ଆଜି ଜାଣିଲେ ଓ ତୁରନ୍ତ ଏହା ମରାମତି କରାଯିବ ବୋଲି କହିଛନ୍ତି। ବର୍ତ୍ତମାନ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ। ପାଇପ ଲାଇନ ଯୋଗାଣ ବ୍ୟବସ୍ଥାର ତ୍ରୁଟି ଥିଲେ, ଦିନେ ଦୁଇ ଦିନ ଭିତରେ ସ୍ୱାଭାବିକ କରାଯିବ ବୋଲି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories