www.samajalive.in
Saturday, December 6, 2025
14.1 C
Bhubaneswar

ମୋହନାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ

ମୋହନା: ସ୍ଥାନୀୟ ବଜାର ଛକଠାରେ ରହିଥିବା ସ୍ଵତନ୍ତ୍ର ଉତ୍କଳ   ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର  ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୦ତମ ଜୟନ୍ତୀ କୋଭିଡ଼ି-୧୯ ନିୟମ ପ୍ରକାର ଯୁବକ ସଂଘ ଦ୍ୱାରା ପାଳିତ ହୋଇଯାଇଛି । ଏହି ନିରାଡମ୍ବର ଉତ୍ସବକୁ ମୁଖ୍ୟଅତିଥି ଭାବେ ସ୍ଥାନୀୟ ଥାନା ଅଧିକାରୀ ସୁଜିତ କୁମାର ନାୟକ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ବରିଷ୍ଠ ଶିକ୍ଷାବିତ ମଧୁସୂଦନ ପାଢୀ, ସମ୍ମାନୀତ ଅତିଥି ଶିକ୍ଷକ ଅଶୋକ କୁମାର ବେହେରା, ଯୁବକ ସଂଘ ସଭାପତି ଜିତେନ୍ଦ୍ର କୁମାର ପାତ୍ର, ସମାଜସେବୀ ମନ୍ମଥ ମିଶ୍ର ,ଫିରୋଜ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।
ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ, ଧୂପ, ଦୀପ ପ୍ରଜ୍ଜଳନ କରି ତାଙ୍କ ଆଦର୍ଶ ଗୁଣ ଗାରିମା, ଜନହିତକର କାର୍ଯ୍ୟ ଓ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହତ୍ଵପୂର୍ଣ୍ଣ ଭୂମିକା ଗୁଡ଼ିକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ।ଏହିଭଳି ଜଣେ ମହାନ ବ୍ୟକ୍ତିଙ୍କ ଓଡ଼ିଶା ପ୍ରତି ଅବଦାନ ଅତୁଟ ରହିଥିବା ବେଳେ ତାଙ୍କ ନାମରେ ଓଡ଼ିଶାରେ କୌଣସି ନାମ ରହିଥିବା ଫଳକ ନେଇ ଜନହିତକର କାର୍ଯ୍ୟ କରାଯାଉଥିବା ଦୃଷ୍ଟିଗୋଚର ହେଉ ନଥିବା ଦୁଃଖର ବିଷୟ ବୋଲି ବୃଦ୍ଧିଜୀବି ମହଲରେ ମତପ୍ରକାଶ ପାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories