www.samajalive.in
Saturday, December 6, 2025
23.1 C
Bhubaneswar

ସିଣ୍ଡିକେଟ ବୈଠକର ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ, କୁଳାଧିପତିଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶାସନିକ କୋଠାରେ ଗତ ୨୦ ତାରିଖ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲଙ୍କ କଟୁକ୍ତି ତଥା ଭର୍ସନା ଏବଂ ମିଥ୍ୟା ଆରୋପକୁ ସହ୍ୟ କରି ନ ପାରି ତଥା ୨୭ ବର୍ଷ ଧରି ନିୟମିତରୁ ବଞ୍ଚିତ ରହିଥିବା ଅସ୍ଥାୟୀ/ଡ଼େଲି ୱେଜ କର୍ମଚାରୀ ଶେଷରେ ନିରାଶ ହୋଇ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିଥିଲେ। କୁଳପତି ପ୍ରଫେସର ମିତ୍ତଲ ଦିନବନ୍ଧୁଙ୍କ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ। ପୁର୍ବରୁ ମଧ୍ୟ ଗତ ୨୦୨୦ ମସିହା ନଭେମ୍ବର ମାସରେ ଅନ୍ୟ ଦୁଇଜଣ ଅସ୍ଥାୟୀ କର୍ମଚାରୀ ସମ୍ବଲପୁର ଆଇନ ମହାବିଦ୍ୟାଳୟର ସ୍ବର୍ଗତ ଧର୍ମରାଜ ଦଲପତ ଏବଂ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ସ୍ବର୍ଗତ ଯଦୁମଣୀ ସୁନା ମଧ୍ୟ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି। କର୍ତ୍ତୃପକ୍ଷଙ୍କ ବେପରୁଆ ନୀତି ଯୋଗୁଁ ଅନେକ କର୍ମଚାରୀ ପ୍ରତାରିତ ହୋଇ ଆସୁଥିବା ନେଇ ସମାଲୋଚନା ହୋଇଥିଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘର ସମ୍ପାଦକ ସତ୍ୟନାରାୟଣ କର, ପୁର୍ବତନ ସମ୍ପାଦକ ଦିଲ୍ଲୀପ ବଡ଼ପଣ୍ଡା, ବିଶ୍ୱନାଥ ଧର, ନିରୁପମା ନାୟକ, ବ୍ରଜବିହାରୀ ପଣ୍ଡା, ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ସମ୍ପାଦକ ପ୍ରହ୍ଲାଦ ରଣା, ସମ୍ପୁର୍ଣ୍ଣା ନନ୍ଦ ସାହୁ, ଇଲାବତୀ ସିଂ, ହରିଶଙ୍କର ପଣ୍ଡା, ସୁବିମଲ ମହାନ୍ତି, ଆଶୁତୋଷ ଭୋଇ, କମଳେନ୍ଦୁ ମେଣ୍ଡଲି, ସୁରେନ୍ଦ୍ର ବାରିକ, ସୁଧାଂଶୁ ମାଝୀ, ସୁଦାମ ଭୋଇ, ସୁଲଟୁ ପାଢ଼ୀ, ନିର୍ମଳ ବେହେରା, ପ୍ରକାଶ ପ୍ରଧାନ, ନିର୍ମଲ ବଗର୍ତ୍ତି, ଧନେଶ ସୁରୁଜାଲ, ଗୋପାଲ ଡୁଙ୍ଗ୍ରୀ, ହେମନ୍ତ ନାୟକଙ୍କ ସମେତ ସହସ୍ରାଧିକ କର୍ମଚାରୀ ବୈଠକରେ ଉପସ୍ଥିତ ରହିଥିଲେ। ପୁଣି ଗତ ୨୩ ତାରିଖରେ ସ୍ବର୍ଗତ ଦିନବନ୍ଧୁଙ୍କ ନ୍ୟାୟ ପ୍ରଦାନ ପାଇଁ ତଥା କର୍ମଚାରୀ ସଂଘର ୫ ଦଫା ଦାବି ପୂରଣ ପରିପ୍ରେକ୍ଷୀରେ ହୋଇଥିବା ସିଣ୍ଡିକେଟ ବୈଠକକୁ ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦିଆଯାଇଥିଲା। ଫଳରେ ସ୍ବର୍ଗତ ଦିନବନ୍ଧୁ ମିଶ୍ର ଆତ୍ମହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସାଜିଥିବା କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ନିଜେ ହିଁ ଅଧ୍ୟକ୍ଷତା କରିଥିଲେ। ଏହାକୁ କର୍ମଚାରୀ ସଂଘ ପୁର୍ଣ୍ଣ ମାତ୍ରାରେ ବିରୋଧ କରିବା ସହିତ ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରାଯାଇଛି।

- Advertisement -

ଏହି ଘଟଣାର ସମାଧାନ ପାଇଁ କୁଳାଧିପତି ହସ୍ତକ୍ଷେପ କରିବା ସହିତ ନ୍ୟାୟିକ ଅନୁସନ୍ଧାନ ପାଇଁ କୁଳାଧିପତି ତଥା ରାଜ୍ୟପାଳଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘ। ଏହି ପରିପେକ୍ଷିରେ ଏକ ୬ ଦଫା ବିଶିଷ୍ଟ ଦାବିପତ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ସୀତାରାମ ପଟେଲଙ୍କୁ କର୍ମଚାରୀ ସଂଘର ପ୍ରତିନିଧି ଦଳ ତରଫରୁ ସମ୍ପାଦକ ସତ୍ୟନାରାୟଣ କର, ଦିଲ୍ଲୀପ ବଡ଼ପଣ୍ଡା ଏବଂ ବିଶ୍ୱନାଥ ଧର ପ୍ରଦାନ କରିଛନ୍ତି। ସେପଟେ ଗତ ୨୧ ତାରିଖରେ ୬ ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି ୰ଦିନବନ୍ଧୁଙ୍କ ଶବକୁ ରଖି ବିକ୍ଷୋଭ ପ୍ରଦର୍ଶନ ସମୟରେ ତାଙ୍କର ପାଞ୍ଚଦଫା ବିଶିଷ୍ଟ ଦାବୀର ପୁନର୍ବି·ର କରାଯିବା ମାତ୍ର ଆତ୍ମହତ୍ୟା ନୋଟରେ ଯାହାର ନାମ ଦର୍ଶାଯାଇଛି ସେ ହେଲେ ମୁଖ୍ୟ ଅଭିଯୁକ୍ତ କୁଳପତି ପ୍ରଫେସର ମିତ୍ତଲଙ୍କ ଅନୁପସ୍ତିତିରେ କରାଯିବା। ସଂଘର ପଞ୍ଚମ ଦାବୀରେ ସମସ୍ତ ଚୁକ୍ତିଭିତ୍ତିକ/ ଡ଼େଲି ୱେଜ କର୍ମଚାରୀଙ୍କ କ୍ଷେତ୍ରରେ ସମାନ କାମ ପାଇଁ ସମାନ ଦରମା ଲାଗୁ କରାଯିବା। ଓୟୁଏଫଏସ ୧୯୯୦ ମୁତାତକ ଧାରା ୬ର ସବ ସେସ୍କନ-୨୦ ଅନୁଯାୟୀ ଏକ ନ୍ୟାୟିକ ଅନୁସନ୍ଧାନ କରାଯିବା। ସାମୟିକ ଭାବରେ ଉପଯୁକ୍ତ ପଦବୀରେ ମୃତ କର୍ମ·ରୀଙ୍କ ଆଇନଗତ ଉତ୍ତରାଧିକାରୀଙ୍କ ଯୋଗଦାନ ସରକାରୀ ଅନୁମୋଦନ ଆସିବା ପର୍ଯ୍ୟନ୍ତ। ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମ·ରୀ ସଂଘର ଦାବୀକୁ ସହାନୁଭୁତି ସହିତ ବି·ର କରିବାକୁ ଅନୁରୋଧ ଯଦିବା ଏହାକୁ ବିଚାର କରା ନ ଯାଇ ସମାଧାନ କରା ନ ଯାଏ ତା ହେଲେ କର୍ମ·ରୀମାନେ ପ୍ରବେଶ ଦ୍ୱାର ସମ୍ମୁଖରେ ଶାନ୍ତିପୁର୍ଣ୍ଣ ପ୍ରଦର୍ଶନ କରିବାକୁ ବାଧ୍ୟ ହେବେ ଯଦିବା କୌଣସି ସମାଧାନ ନ ହୁଏ ତା ହେଲେ ଆନ୍ଦୋଳନକୁ ଆଗାମୀ ୩ ତାରିଖରୁ ରିଲେ ହଙ୍ଗର ଷ୍ଟ୍ରାଇକ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯଦିବା ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆ ନ ଯାଏ ତା ହେଲେ ଆଗାମୀ ଦିନରେ ଆମରଣ ଅନଶନ କରିବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories