www.samajalive.in
Monday, December 15, 2025
27.1 C
Bhubaneswar

ଲଗାଣ ବର୍ଷାରେ ଚାଷ ଜମି ଜଳମଗ୍ନ; ଜଳବନ୍ଦୀ ଅବସ୍ଥାରେ ସୂର୍ଯ୍ୟନାରାୟଣପୁର ଓ ଗୋଖରକୁଦା ଓଡିଆରପି କଲୋନୀ ବାସିନ୍ଦା

ଗଞ୍ଜାମ: ଗଞ୍ଜାମ ବ୍ଲକରେ ଲଘୁଚାପ ଜନିତ ଦୁଇଦିନ ଧରି ଲଗାଣ ବର୍ଷା ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବର୍ଷା ଯୋଗୁଁ ଧାନ ଚାଷ ଜମିଗୁଡିକ ଜଳମଗ୍ନ ରହିଥିବା ଦେଖିବାକୁ ମିଳିଛି । ବର୍ଷା ପାଣି ଠିକ ଭାବେ ନିଷ୍କାସନ ନହେବା ଫଳରେ ସୂର୍ୟ୍ୟନାରାୟଣପୁର ଓ ଗୋଖରକୁଦା ଓଡ଼ିଆରପି କଲୋନୀ ଏବଂ ଗୋଖରକୁଦା ରେଡକ୍ରସ ସାହି ପ୍ରଭୃତି ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଫଳରେ ସେଠାରେ ଲୋକମାନେ ଘୋର ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଘରୁ ବାହାରିବା କଷ୍ଟକର ବ୍ୟପାର ହୋଇଛି।

ଅନ୍ୟପଟେ ଅଧିକ ବର୍ଷା ଯୋଗୁଁ ପୁଇଁତୋଳା, ଝାଡ଼କୁଦା, ଲକ୍ଷ୍ମୀପୁର, ହୁମା ପାଳିବନ୍ଧ, ଖଟୁଆକୁଦା, ମୟୁରପଦା, ନୀଳାଦ୍ରିପୁର, କାଇଁଚପୁର, କଲ୍ୟାଣପୁର ଆଦି ବିଭିନ୍ନ ଗ୍ରାମର ଚାଷ ଜମିରେ ପାଣି ଜମି ରହିବା ଦ୍ଵାରା ତାହା ପ୍ରଭାବିତ ହୋଇଛି । ସେହି ଅଞ୍ଚଳର ବର୍ତମାନ ଚାଷୀମାନେ ନିଜ ଜମିରୁ ପାଚିଲା ଧାନ ବାହାର କରୁଥିବା ଜଣାପଡିଛି । ସେହିପରି ଗଞ୍ଜାମ ବ୍ଲକ ଓ ଏନଏସି ଅଞ୍ଚଳର ଚାଷୀ ଚିନ୍ତାରେ ପଡିଯାଇଛନ୍ତି । ଅନ୍ୟପଟେ ଗଞ୍ଜାମ ଏନଏସିର ବିଭିନ୍ନ ୱାର୍ଡ ମଧ୍ୟ ଜଳବନ୍ଦୀ ହୋଇ ରହିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଥିଲା । ଫଳରେ କିଛି ସ୍ଥାନୀୟ ଅଂଚଳର ସ୍ବେଛାସେବୀ ସୁଧୀର କୁମାର ପାଢ଼ୀ, ମନୋଜ ପ୍ରଧାନ, ମଦନ ପାଢ଼ୀ, ଗଣେଶ ମହାରଣା, ଆଦିତ୍ୟ ମହାପାତ୍ର, ବାଳକୃଷ୍ଣ ପଣ୍ଡା ଓ ଅନ୍ୟମାନଙ୍କ ସହଯୋଗରେ ଅଟକି ରହିଥିବା ବର୍ଷା ଜଳ ନିଷ୍କାସନ କରିଛନ୍ତି। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିପୂରଣ ଦେବାକୁ ଦାବୀ ହୋଇଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories