www.samajalive.in
Saturday, December 6, 2025
14.1 C
Bhubaneswar

ଗଞ୍ଜାମରେ ୩ୟ ଟାଏକୋଣ୍ଡୋ କଲର ବେଲ୍ଟ ପ୍ରତିଯୋଗିତା

ଗଞ୍ଜାମ: ଗଞ୍ଜାମ ସହରର ହୋପ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ସ୍ଥାନୀୟ ଭାରତୀ ବିଦ୍ୟାପୀଠ ସମ୍ମିଳନୀ କକ୍ଷରେ ୩ୟ କଲର ଵେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏକାଡେମୀ ପ୍ରଶିକ୍ଷକ ସିଏଚ ପ୍ରସାଦ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ଆନ୍ତର୍ଜାତିକ ରେଫରୀ ତଥା ରାଜ୍ୟ ସଂପାଦକ କେ ମନୋଜ ପ୍ରଧାନ ପରୀକ୍ଷକ ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା କରି ଆବଶ୍ୟକ ପରାମର୍ଶ ଦେଇଥିଲେ। ହୋପ ଟାଏକୋଣ୍ଡୋ ଏକାଡେମୀର ସଭାପତି ଡି ଗୋବିନ୍ଦ ରେଡ୍ଡୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ୟ୍ୟକ୍ରମରେ ଟାଏକୋଣ୍ଡୋ ଜିଲ୍ଲା ସଭାପତି ଶ୍ରୀକାନ୍ତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ବଣ୍ଟନ କରିଥିଲେ। ଗଞ୍ଜାମ ଟାଏକୋଣ୍ଡୋ ଏକାଡେମୀର କୋଚ ଇ ଲଳିତ କୁମାର, ସଭାପତି ଅରୁଣ ରାଉଳ, ଦିଗପହଣ୍ଡି ଟାଏକୋଣ୍ଡୋ ଏକାଡେମୀର କୋଚ ବାସୁ ନାୟକ, ଶ୍ୟାମାକାଳୀ ଯୁବ ସଂଘ ସଭାପତି ଏସ ଯୁଧିଷ୍ଠିର ରେଡୀ ମଞ୍ଚାସୀନ ଥିଲେ। ଏହି ପରୀକ୍ଷାରେ ୮୦ ଜଣ ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories