www.samajalive.in
Saturday, December 6, 2025
14.1 C
Bhubaneswar

ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ, ଜନ ସାଧାରଣ ଅସନ୍ତୋଷ

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀବ୍ଲକ ବିଭୂତି ବାଟିକାରେ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ଦୀର୍ଘ ଦିନରୁ ଆରମ୍ଭ ହୋଇଥିବା କାର୍ଯ୍ୟ ଏଯାବତ୍ ଶେଷ ହୋଇନାହିଁ। ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ବଢୁଛି। ସରକାରଙ୍କ ପକ୍ଷରୁ ଉକ୍ତ ପ୍ରକଳ୍ପ ପାଇଁ ୩୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଲଆଣ୍ଡଟି କମ୍ପାନୀ ଏହାର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଛି। ଦୁଇ ବର୍ଷରେ କାମ ଶେଷ କରାଯିବା ବୋଲି ବିଭାଗୀୟଙ୍କ ନିର୍ଦ୍ଦେଶ ରହିଛି। ଚଳିତ ନଭେମ୍ବର ମାସରେ ନିର୍ମାଣର ମିଆଦ ଶେଷ ହେବ ବୋଲି ମଧ୍ୟ କୁହାଯାଇଥିଲା। ମାତ୍ର କମ୍ପାନୀ ତରଫରୁ ଯେପରି ମନ୍ଥର ଗତିରେ କାମ ଚାଲିଛି, ଏହା ନିର୍ଦ୍ଧାରିତ ହୋଇଥିବା ସମୟ ଅବଧି ମଧ୍ୟରେ ଶେଷ ହେବ ନାହିଁ ବୋଲି ଅଭିଯୋଗ ହେଉଛି। ଶତାଧିକ ପାଇପ ବିଛାଇବାର ଥିଲେ ମଧ୍ୟ ଏବେ ମାତ୍ର ଦଶ ଭାଗ କାମ ଶେଷ ହୋଇଛି। ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ୧୨ଟି ପଞ୍ଚାୟତର ଶତାଧିକ ଗ୍ରାମବାସୀ ଉପକୃତ ହେବେ ଏବଂ ସରକାରଙ୍କର ଏହି ମହତ୍ତ୍ୱକାଂକ୍ଷୀ ଯୋଜନାର ଉପକାର ଜନସାଧାରଣ ପାଇପାରିବେ। ଏହି ପ୍ରକଳ୍ପ କାର୍ଯ୍ୟ ବଳପୁର ଓ ବିଦ୍ୟାଧରପୁର ଠାରେ ଚାଲିଛି। ଚଳିତ ବର୍ଷର ଲଗାଣ ବର୍ଷା ଓ ଜମି ଅଧିଗ୍ରହଣରେ ବିଳମ୍ବ ହେତୁ କାମ ବିଳମ୍ବ ହୋଇଛି ବୋଲି କମ୍ପାନୀର କନିଷ୍ଠ ଯନ୍ତ୍ରୀ କହିଛନ୍ତି। ଏହା ସହ ନଭେମ୍ବର ମାସରେ କାର୍ଯ୍ୟ ଶେଷ ହେବ ବୋଲି ମଧ୍ୟ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories