www.samajalive.in
Saturday, December 6, 2025
26.1 C
Bhubaneswar

ଆଇସିୟୁରେ ଭର୍ତ୍ତି ନାବାଳିକାକୁ ଗଣବଳାତ୍କାର, କମ୍ପାଉଣ୍ଡର ଓ କର୍ମଚାରୀ ଅଭିଯୁକ୍ତ

ବରେଲି : ବଦାୟୁଁ ରୋଡ଼ସ୍ଥିତ ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି ଜଣେ ନାବାଳିକାକୁ କମ୍ପାଉଣ୍ଡର ଏବଂ ଅନ୍ୟ କର୍ମଚାରୀ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ୪ ଦିନ ପୂର୍ବର ବୋଲି ଜଣାପଡିଛି। ଅକ୍ସିଜେନ ମାକ୍ସ କଢାଯିବା ପରେ ନାବାଳିକା ଜଣକ ଏହି କଥା ନିଜ ଘର ଲୋକଙ୍କୁ କହିଛି। ଏନେଇ ଶୁକ୍ରବାର ବିଳମ୍ବିତ ରାତିରେ ଥାନାରେ ମାମଲା ରୁଜୁ ହୋଇଛି। ଶନିବାର ପୁଲିସ୍‍ ଡାକ୍ତରଖାନାରେ ପହଞ୍ଚି କର୍ମଚାରୀଙ୍କୁ ପଚରାଉଚୁରା କରିଛି। ନାବାଳିକାର ସାମୟିକ ଭାବେ ଡାକ୍ତରୀ ମାଇନା କରାଯାଇଛି। ସେ ଠିକ୍‍ ହେବା ପରେ ହିଁ ସମ୍ପୂର୍ଣ୍ଣ ଡାକ୍ତରୀ ମାଇନା କରିହେବ ବୋଲି ପୁଲିସ୍‍ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ କୌଣଷି ଏକ ବିଷାକ୍ତ ପୋକ କାମୁଡ଼ିବାରୁ ୧୭ ବର୍ଷିୟ ନାବାଳିକା ଜଣକ ଗୁରୁତର ହୋଇପଡ଼ିଥିଲା। ତାକୁ ବଦାୟୁଁସ୍ଥିତ ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେ ଅଚେତ ଅବସ୍ଥାରେ ଥିବାବେଳେ ତାକୁ ଜୀବନ ରକ୍ଷକ ଯନ୍ତ୍ର (ଭେଣ୍ଟିଲେଟ୍‍ର)ରେ ରଖା ଯାଇଥିଲା। ଶୁକ୍ରବାର ସକାଳେ ନାବାଳିକାର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା। ବିଳମ୍ବିତ ରାତିରେ ସେ ନିଜ ବୁଢୀ ମା’କୁ ଗଣବଳାତ୍କାର କଥା କହିଥିଲା। କମ୍ପାଉଣ୍ଡର ଏବଂ ୩/୪ ଜଣ କର୍ମଚାରୀ ଇଜେଂକ୍ସନ ଦେବା ସହ ତା ହାତଗୋଡ଼ ବାନ୍ଧି ଗଣବାଳତ୍କାର କରିଥିଲେ। ମୁହଁରେ ଅକ୍ସିଜେନ ମାକ୍ସ ଲାଗିଥିବାରୁ ନାବାଳିକା ଜଣକ ଚିତ୍କାର କରିପାରିନଥିଲା। ଏହି ଘଟଣା ଏବେ ଉତ୍ତରପ୍ରଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ୍‍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories