www.samajalive.in
Saturday, December 6, 2025
23.1 C
Bhubaneswar

ମୋଦୀଙ୍କୁ ଆନାକୋଣ୍ଡା କହିଲେ ଆନ୍ଧ୍ର ଅର୍ଥ ମନ୍ତ୍ରୀ

ହାଇଦରାବାଦ : ଆନ୍ଧପ୍ରଦେଶ ଅର୍ଥ ମନ୍ତ୍ରୀ ୟାନାମାଲା ରାମାକ୍ରିଷ୍ଣୁଡୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ୟାନାମାଲା ରାମାକ୍ରିଷ୍ଣୁଡୁ କହିଛନ୍ତି ଯେ ମୋଦୀ ଜଣେ ବଡ଼ ଆନାକୋଣ୍ଡା ସାପ, ସେ ସିବିଆଇ, ଆରବିଆଇ ଭଳି ସଂସ୍ଥାକୁ ଗିଳି ପକାଇଛନ୍ତି।
ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ୟାନାମାଲା ସିବିଆଇ ଏବଂ ଆରବିଆଇ କନ୍ଦଳକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ମୋଦୀଙ୍କୁ ଆନାକୋଣ୍ଡା ବୋଲି ସମ୍ବୋଧନ କରିବା ସହ ସେ କେବେବି ଜଣେ ରକ୍ଷକ ହୋଇପାରିବେ ନାହିଁ ବୋଲି କହିଥିଲେ। ୱାଇଏସ୍‍ଆର ଏବଂ ଜନ ସେନାର ସମାଲୋଚନାର ଜବାବ ଦେଇ ୟାନାମାଲା କହିଥିଲେ ଯେ ସବୁ ଟମ, ଡିକ୍‍ ଏବଂ ହ୍ୟାରି ଅତୀତର ରାଜନୀତି ବିଷୟରେ କହୁଛନ୍ତି। ଅତୀତ କେବେ ବି ବର୍ତ୍ତମାନ ହୋଇପାରିବ ନାହିଁ। କିନ୍ତୁ ବର୍ତ୍ତମାନ ଏବଂ ଭବିଷ୍ୟତ ଦିନେ ଅତୀତ ହେବ। ତେଲୁଗୁ ଦେଶମ ପାର୍ଟିର ସମାଲୋଚକମାନେ ବୁଝିବା ଆବଶ୍ୟକ ଯେ ଟିଡିପି କୌଣସି ଦଳ ବିରୋଧରେ ଗଠନ ହୋଇନାହିଁ। ଏହା ବ୍ୟବସ୍ଥା ବିରୋଧରେ ଲଢେଇ ପାଇଁ ପ୍ରତିଷ୍ଠା ଲାଭ କରିଛି। ଅତୀତରେ ଆମେ ଏନ୍‍ଡିଏରେ ଥିଲୁ ହେଲେ ରାଜ୍ୟର ସ୍ୱାର୍ଥ ଏବଂ ଦୁର୍ନୀତି ବିରୋଧୀ ଲଢେଇ ଯୋର୍ଗୁ ଏନଡିଏ ପରିତ୍ୟାଗ କଲୁ। ଏବେ ଏହି ଦୁଇ ଦଳ (ୱାଇଏସ୍‍ଆର ଏବଂ ଜନ ସେନା) ଜାତୀୟ ସଂସ୍ଥାକୁ ଧ୍ୱଂସ କରୁଥିବା ମୋଦୀଙ୍କୁ ସମର୍ଥନ ଦଉଛନ୍ତି।
ୟାନାମାଲା ରାମାକ୍ରିଷ୍ଣୁଡୁଙ୍କ ମନ୍ତବ୍ୟକୁ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି କାନା ଲକ୍ଷ୍ମୀନାରାୟଣ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଟିଡିପି ଅଧ୍ୟକ୍ଷ ଏନ୍‍. ଚନ୍ଦ୍ରବାବୁ ନାଇଡୁ ଦୁର୍ନୀତିର ରାଜା ବୋଲି ସେ କହିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories