www.samajalive.in
Friday, December 5, 2025
27.1 C
Bhubaneswar

ବଢୁଛି ସୁନା ଦର ; ଭାଙ୍ଗିଲା ୬ ବର୍ଷର ରେକର୍ଡ

ନୂଆଦିଲ୍ଲୀ : ଦୀପାବଳୀ ପୂର୍ବରୁ ଲଗାତାର ୬ ସପ୍ତାହ ଧରି ସୁନାର ଦର ବଢି ଚାଲିଛି। ଦିଲ୍ଲୀ ସରଫା ବଜାର ଅନୁସାରେ ବର୍ତ୍ତମାନର ସୁନା ଦର ଛଅ ବର୍ଷର ରେକର୍ଡ ଭାଙ୍ଗିଛି। ବର୍ତ୍ତମାନ ୧୦ ଗ୍ରାମ ସୁନାର ମୂଲ୍ୟ ୩୨,୬୫୦ ରହିଛି। ଯାହା ଛଅ ବର୍ଷର ରେକର୍ଡ ଭାଙ୍ଗି ୩୨,୬୮୦ରେ ପହଞ୍ଚିଥିଲା। ପାର୍ବଣ ରୁତୁରେ ଦ୍ୱିତୀୟ ଥର ସୁନା ଦରରେ ବୃଦ୍ଧି ଘଟିଛି। ପାର୍ବଣ ରୁତୁ ଯୋଗୁଁ ଆଞ୍ଚଳିକ ଗହଣା ବଜାରରେ ଚାହିଦା ବୃଦ୍ଧିର ପ୍ରଭାବ ସୁନା ଦର ଉପରେ ପଡ଼ିଥିବା କୁହାଯାଉଛି। ଏହି କ୍ରମରେ ସୁନା ଦର ବୁଧବାର ୩୦ ଟଙ୍କା ବୃଦ୍ଧି ପାଇଛି। ଫଳରେ ୧୦ ଗ୍ରାମ ବା ଭରି ପ୍ରତି ସୁନା ଦର ୩୨,୬୫୦ ଟଙ୍କାରେ ପହଞ୍ଚିଛି। ଅନ୍ୟପଟେ ରୁପା ଦର କିଲୋ ପ୍ରତି ୪୦ ଟଙ୍କା ହ୍ରାସ ପାଇଛି। ଏହାସହ କିଲୋ ପିଛା ରୁପା ଦର ୩୯,୨୦୦ ଟଙ୍କାରେ ପହଞ୍ଚିଛି।
ଜାତୀୟ ରାଜଧାନୀ ଦିଲ୍ଲୀରେ ୯୯.୯% ଏବଂ ୯୯.୫% ସୁଦ୍ଧ ସୁନା ଦର ୧୦ ଗ୍ରାମ ପିଛା ଯଥାକ୍ରମେ ୩୨,୬୫୦ ଓ ୩୨,୫୦୦ ଟଙ୍କା ରହିଛି। ୬ ବର୍ଷ ତଳେ ୨୦୧୨ରେ ସୁନା ଦର ସର୍ବୋଚ୍ଚସ୍ତର ୩୨,୯୪୦ ଟଙ୍କାରେ ପହଞ୍ଚିଥିଲା।
ବଜାର ସମୀକ୍ଷକଙ୍କ କହିବା ଅନୁସାରେ ଦୀପାବଳୀ ଓ ଧନତେରାସ ପୂର୍ବରୁ ସୁନା ଦରରେ ବୃଦ୍ଧି ବଜାରରେ ସକାରାତ୍ମକ ପ୍ରଭାବ ପକାଇବ। ବିଶ୍ୱ ବଜାର ଅନୁସାରେ ନ୍ୟୁୟର୍କରେ ବୁଧବାର ଆଉନ୍ସ ପିଛା ସୁନା ମୂଲ୍ୟ ୧,୨୧୭.୮୪ ଡଲାର ରହିଛି। କେବଳ ରୁପା ଦରରେ ହ୍ରାସ ପରିଲକ୍ଷିତ ହୋଇଛି।

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories