www.samajalive.in
Friday, December 5, 2025
23.1 C
Bhubaneswar

ଉଦ୍ଧାର ଗଳିତ ଶବ ମହାବଳ ବାଘର ବୋଲି ଚିହ୍ନଟ

ଭୁବନେଶ୍ବର: ବରଗଡ଼ ରେଞ୍ଜ ଅନ୍ତର୍ଗତ ଖଜୁରିଆ-ଦାମୋଦରପଡ଼ା ମଧ୍ୟସ୍ଥ ଜଙ୍ଗଲରୁ ଉଦ୍ଧାର ହୋଇଥିବା ବାଘର ଗଳିତ ଶବ ମହାବଳ ବାଘର ବୋଲି ଜଣାପଡିଛି । ବାଘକୁ ପୋତା ଯାଇଥିବା ସ୍ଥାନରୁ ଅନତିଦୂରରେ ଏକ ବ୍ୟାଗ ମଧ୍ୟରୁ ବାଘର ପଞ୍ଝା ଏବଂ ନିଶ ଜବତ ହୋଇଥିଲା । ଏହା ନିକଟରେ ଡେବ୍ରିଗଡ଼ରେ ଦେଖା ଯାଇଥିବା ଏକମାତ୍ର ମହାବଳ ବାଘର ବୋଲି ସ୍ପଷ୍ଟ ହୋଇଛି । ମହାବଳ ବାଘକୁ ଶିକାର କରିଥିବା ଅଭିଯୋଗରେ ୪ ଶିକାରୀ ଗିରଫ ହୋଇଛନ୍ତି । ସେମାନେ ହେଲେ ଭଟଲି ଖଜରିଆ ଗାଁର ତହସିଲ ଭୋଇ, ସୁଶୀଳ ଭୋଇ ଓ ସତ୍ୟ ପ୍ରଧାନଙ୍କ ସହ ଅନ୍ୟ ଜଣେ ଗିରଫ ହୋଇଥିବା ନେଇ ଆରସିସିଏଫ୍ ଓ.ପି ସିଂହ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ବନ ବିଭାଗ ଡେରାଡୁନ ଏବଂ ବେଙ୍ଗାଲୁରୁକୁ ପରୀକ୍ଷା ପାଇଁ ଯେଉଁ ନମୁନା ପଠାଇଥିଲା ତାହାର ରିପୋର୍ଟ ଏଯାଏଁ ପହଞ୍ଚି ନଥିବା ବେଳେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ)ର ଦୁଇ ଜଣିଆ ଟିମ୍ ତଦନ୍ତ ପାଇଁ ବରଗଡ଼ ଆସିବେ ବୋଲି ସୂଚନା ମିଳିଛି ।

- Advertisement -

ଗତ ରବିବାର ବରଗଡ଼ ରେଂଜ ଅନ୍ତର୍ଗତ ଖଜୁରିଆ-ଦାମୋଦରପଡ଼ା ମଧ୍ୟସ୍ଥ ଜଂଗଲରୁ ବାଘର ଗଳିତ ଶବ ଉଦ୍ଧାର ହୋଇଥିଲା । ଏହି ଶବଟି ମହାବଳ ବାଘ କିମ୍ବା କଲରାପତରିଆ ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା। ବିଭାଗୀୟ ମନ୍ତ୍ରୀ ଓ ବନ ବିଭାଗ କର୍ମଚାର ଶବଟି ମହାବଳ ବାଘର ବୋଲି ମାନିବାକୁ ପ୍ରସ୍ତୁତ ନଥିଲେ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories