www.samajalive.in
Saturday, December 6, 2025
17.1 C
Bhubaneswar

ଭିିଡ଼ିଓ କଲରେ ମାଙ୍କୁ ପ୍ରତିଶ୍ରୁତି ଦେଲେ ବିନେଶ ଫୋଗତ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ତାରକା ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତ ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ବିନେଶ ଅଲିମ୍ପିକ୍ସର ଫାଇନାଲରେ ପ୍ରବେଶ କରିବା ସହିତ ଦେଶ ପାଇଁ ପଦକ ନିଶ୍ଚିତ କରିଛନ୍ତି। ନିଜର ଲକ୍ଷ୍ୟରେ ପହଞ୍ଚିବାକୁ ଆଲ ଅଳ୍ପ ଦୂରରେ ରହିଛନ୍ତି ବିନେଶ। ଫାଇନାଲରେ ପ୍ରବେଶ କରିବା ପରେ ବିନେଶ ନିଜ ପରିବାର ସଦସ୍ୟଙ୍କ ସହିତ ଭିଡ଼ିଓ କଲରେ କଥା ହୋଇଛନ୍ତି। ଭାବବିହ୍ୱଳ ହେବା ସହିତ ମାଙ୍କୁ କହିଛନ୍ତି ‘ଏବେ ସ୍ୱର୍ଣ୍ଣ ଆଣିବା ଲକ୍ଷ୍ୟ’। ପରିବାର ସଦସ୍ୟ ବିନେଶଙ୍କୁ ଅଭିବାଦନ ଜଣାଇଥିଲେ ଏବଂ ମା ଝିଅକୁ ଆଶୀର୍ବାଦ କରିଥିଲେ। ଏହି ସମୟରେ ବିନେଶ ମାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଫାଇନାଲରେ ସ୍ୱର୍ଣ୍ଣ ହିଁ ଜିତିବେ।
ମଙ୍ଗଳବାର ସେମିଫାଇନାଲରେ ବିନେଶ କ୍ୟୁବାର ଗୁଜମାନ ଲୋପେଜଙ୍କୁ ୫-୦ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ବିନେଶ ମହିଳା ୫୦ କି.ଗ୍ରା ଫ୍ରିଷ୍ଟାଇଲ ବର୍ଗରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛନ୍ତି। ଫାଇନାଲରେ ବିନେଶ ଆମେରିକାର ସାରା ଏନ୍‌‌ ହିଲ୍ଡବ୍ରାଣ୍ଡଙ୍କୁ ଭେଟିବେ। ଟୋକିଓ ଅଲିମ୍ପିକ୍ସରେ ସାରା ବ୍ରୋଞ୍ଜ ପଦକ ଜିତିଥିଲେ। ସେ ବିଶ୍ୱ ଚାମ୍ପିଅନସିପରେ ଦୁଇଟି ରୋପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ଜିତିଛନ୍ତି। ଫାଇନାଲ ମ୍ୟାଚ ଆଜି ରାତି ୧୨ଟା ୩୦ରେ ଖେଳାଯିବ।

- Advertisement -

କ୍ୱାର୍ଟର ଫାଇନାଲରେ ବିନେଶ ୟୁକ୍ରେନର ଓକସାନା ଲିଭଚାଙ୍କୁ ୭-୫ରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଥିଲେ। ବିନେଶ ପ୍ରାରମ୍ଭରୁ ୪-୦ରେ ଆଗୁଆ ରହିଥିଲେ। ପରବର୍ତ୍ତୀ ରାଉଣ୍ଡରେ ଓକସାନା ଲଢେଇ କରି ୪ ପଏଣ୍ଟ ହାସଲ କରିଥିଲେ ମଧ୍ୟ ବିନେଶ ମ୍ୟାଚକୁ ୭-୫ରେ ଜିତି ନେଇଥିଲେ। ବିନେଶ ପ୍ରିକ୍ୱାର୍ଟର ଫାଇନାଲରେ ଅଲିମ୍ପିକ୍ସ ଚମ୍ପିଆନ ତଥା ୪ଥର ବିଶ୍ୱ ଚମ୍ପିଆନ ଜାପାନର ୟୁୟୁ ସୁସାକିଙ୍କୁ ୩-୨ରେ ପରାସ୍ତ କରିଥିଲେ। ଜୀବନରେ କେବେ ଅନ୍ତର୍ଜାତୀୟ ମ୍ୟାଚ ହାରନଥିବା ସୁସାକି ପ୍ରଥମ ଥର ଲାଗି ୮୨ଟି ମ୍ୟାଚ ଖେଳିବା ପରେ ବିନେଶଙ୍କ ନିକଟରୁ ପରାଜିତ ହୋଇଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories