www.samajalive.in
Wednesday, December 10, 2025
16.1 C
Bhubaneswar

ଧୋନି ଫିଟ୍ ଏବଂ ଫର୍ମରେ ରହିଲେ ଟ୍ବେଣ୍ଟି-୨୦ ବିଶ୍ୱକପରେ ଖେଳିବା ଗୁରୁତ୍ୱପୂର୍ଣ୍ଣ : ୱାସିମ ଜାଫର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ଇଣ୍ଡିଆକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଶ୍ନ ହେଉଛି ଧୋନି ଭାରତୀୟ ଦଳକୁ ଫେରିବାକୁ ସମର୍ଥ ହେବେ କି? ଏହି ସମୟ ମଧ୍ୟରେ ଧୋନିଙ୍କୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ କ୍ରିକେଟର ୱାସିମ ଜାଫର।
ଜାଫର ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଟ୍ବିଟ୍ କରି ଲେଖିଛନ୍ତି ଯେ, ଯଦି ଧୋନି ଫିଟ୍ ଏବଂ ଫର୍ମରେ ରୁହନ୍ତି, ତେବେ ସେ ଭାରତୀୟ ମଧ୍ୟ କ୍ରମରେ ଏବଂ ଟ୍ବେଣ୍ଟି -୨୦ ବିଶ୍ୱକପରେ ୱିକେଟ୍ କିପର ଭାବରେ ଖେଳିବା ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବେ। ତେବେ ଯଦି ଧୋନି ଦଳରେ ସାମିଲ ହୁଅନ୍ତି କେଏଲ ରାହୁଲ ଏବଂ ରିଷଭ ପନ୍ତ ଚାପରେ ରହିବେ।
କିଛି ଦିନ ପୂର୍ବେ ୱାସିମ ଜାଫର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ୪୨ ବର୍ଷୀୟ ଜାଫର ଏପ୍ରିଲ ୨୦୦୮ରେ କାନପୁରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପାଇଁ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ।


ସେହିଭଳି ନିକଟରେ ଟିମ୍ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହୱାଗ ଧୋନି ଭାରତୀୟ ଦଳକୁ ଫେରିବା ନେଇ ଏକ ବଡ଼ ବିବୃତ୍ତି ଦେଇଥିଲେ। ମଙ୍ଗଳବାର ଦିନ ଏକ ଇଭେଣ୍ଟରେ ସେ କହିଥିଲେ ଯେ, ଆଇପିଏଲର ୧୩ ତମ ସଂସ୍କରଣରେ ଭଲ ପ୍ରଦର୍ଶନ ପରେ ମଧ୍ୟ ଧୋନିଙ୍କର ଟିମ୍ ଇଣ୍ଡିଆକୁ ଫେରିବା ଅସମ୍ଭବ।
ଉଲ୍ଲେଖ ଯୋଗ୍ୟ, ମହେନ୍ଦ୍ର ସିଂ ଧୋନି ଜୁଲାଇ ୨୦୧୯ରେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ୨୦୧୯ ଆଇସିସି ବିଶ୍ୱକପର ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ପରେ ଧୋନି କ୍ରିକେଟ୍ ଠାରୁ ଦୂରରେ ରହିଛନ୍ତି।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories